ଅହମ୍ମଦାବାଦ ବିମାନ ଦୁର୍ଘଟଣା ଯୋଗୁଁ ସମଗ୍ର ଦେଶ ଶୋକରେ ବୁଡ଼ି ରହିଛି । ଗୁରୁବାର ଅପରାହ୍ନ ପ୍ରାୟ ୧.୩୦ ସମୟରେ, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଭରିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ଯାତ୍ରୀଙ୍କ ସମେତ ମୋଟ ୨୬୫ ଜଣଙ୍କର ମୃତ୍ୟୁ ହୋଇଥିଲା।ଏହି ଭୟଙ୍କୟ ବିମାନ ଦୁର୍ଘଟଣାରେ ମଣିପୁର ଦୁଇ ଯୁବ ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କୁ ହରାଇ ଭାଙ୍ଗି ପଡ଼ିଛି ପୂରା ପରିବାର। ନଗନଥୋଇ ଶର୍ମା ଏବଂ ଲାମନୁନଥେମ ସିଙ୍ଗସନ୍ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଛନ୍ତି । ଦୁହେଁ ୧୯ ବର୍ଷ ବୟସରୁ ଏୟାରଲାଇନ୍ସରେ କାମ କରିବା ଆରମ୍ଭ କରିଥିଲେ । ଇମ୍ଫାଲର ଡିଏମ୍ କଲେଜ ଅଫ୍ କମର୍ସରେ କ୍ୟାମ୍ପସ୍ ନିଯୁକ୍ତି ସମୟରେ ଏୟାର ଇଣ୍ଡିଆରେ ନଗନଥୋଇଙ୍କ ଚୟନ ହୋଇଥିଲେ ।
ଏପ୍ରିଲ ୨୦୨୩ରେ ମଣିପୁର ଥୋବାଲ ଥୋବାଲ୍ ଜିଲ୍ଲାର ବାସିନ୍ଦା ନଗନଥୋଇ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ମାତ୍ର ୧୯ ବର୍ଷ ବୟସରେ ଏୟାର ଇଣ୍ଡିଆ ସହ ଜଣେ ଏୟାର ହଷ୍ଟେସ୍ ଭାବେ କାମ ଆରମ୍ଭ କରିଥିଲେ ନଗନଥୋଇ ଶର୍ମା । ଉଡ଼ାଣ ପୂର୍ବରୁ, ସେ ସକାଳ ୧୧ଟା ୩୮ ମିନିଟରେ ବଡ଼ ଭଉଣୀଙ୍କୁ କଲ୍ କରିଥିଲେ । କହିଥିଲେ ଦିଦି ମୁଁ ଲଣ୍ଡନ ଯାଉଛି, ଦୁଇ ତିନି ଦିନ ଯାଏ କଥା ହୋଇପାରିବିନି । ଜୁନ୍ ୧୫ରେ ଫେରିଲେ ତୋ ସହ କଥା ହେବି। ୨୧ ବର୍ଷୀୟ ମଣିପୁରୀ କ୍ରୁ ମେମ୍ବରଙ୍କ ତାଙ୍କ ବଡ଼ ଭଉଣୀଙ୍କ ସହ ଏହା ଥିଲା ଶେଷ ଫୋନ୍ କଲ । ନେଟ୍ ୱାର୍କ ସମସ୍ୟା ପାଇଁ ଅଧିକ କଥା ନହୋଇ ଫୋନ୍ ରଖିଦେଇଥିଲେ ନଗଥୋଇ। ଆଉ କିଛି ସମୟ ପରେ ଆସିଥିଲା ମୃତ୍ୟୁ ଖବର।ସେହିପରି ଲାମନୁନଥେମ ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ଏକମାତ୍ର ଝିଅ ହୋଇଥିବା ବେଳେ କିଛି ବର୍ଷ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ମାଆଙ୍କ ସହ ଲାମନୁନଥେମଙ୍କ ଶେଷ କଲ୍ ଥିଲା । ମୁଁ ଡ୍ୟୁଟି ପାଇଁ ରିପୋର୍ଟ କରିବା ପାଇଁ ଅହମ୍ମଦାବାଦ ଯାତ୍ରା କରୁଛି ବୋଲି ଶେଷ କଲ୍ ରେ ମାଆଙ୍କୁ କହିଥିଲେ । କିନ୍ତୁ ଝିଅର ମୃତ୍ୟୁ ଖବର ପାଇବା ପରେ ବି ଏହାକୁ ବିଶ୍ବାସ କରି ପାରିନାହାଁନ୍ତି ଲାମନୁନଥେମଙ୍କ ମାଆ ।