ସ୍ୱାମୀର ପରକୀୟା ପ୍ରୀତି ପାଇଁ ଗଲା ସ୍ତ୍ରୀ ଜୀବନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଁଳାକଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀର ପରକୀୟା ପ୍ରୀତିକୁ ସ୍ତ୍ରୀ ବାରଣ କରିବାରୁ ତଣ୍ଟିଚିପି ହତ୍ୟା କଲା ପିଶାଚ ସ୍ୱାମୀ । ଯାହାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ପରଜଙ୍ଗ ଥାନା କୁମୁସି ପଞ୍ଚାୟତ ଅନ୍ତର୍ଗତ ଅଁଳାକଟା ଗାଁର ଅଞ୍ଜଳି ବେହେରା । ଅଞ୍ଜଳିଙ୍କ ବାପଘର କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ ହୋଇଥିବା ସୂଚନା।

ସେ ୧୧ ବର୍ଷ ତଳେ ଅଁଳାକଟା ଗାଁର ଦିଲେଶ୍ୱର ବେହେରାଙ୍କୁ ବିବାହ କରିଥିଲେ। ଏଥିସହିତ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି। ଅଞ୍ଜଳିଙ୍କ ସ୍ବାମୀ ଦିଲେଶ୍ୱର ଗତ ଦୁଇ ବର୍ଷ ହେବ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ସେ ଜଣେ ଝିଅକୁ ପ୍ରେମ କରୁଥିବା ନେଇ ସ୍ତ୍ରୀ ଅଞ୍ଜଳି ବାରମ୍ବାର ବାରଣ କରୁଥିଲେ ମାତ୍ର ସେ ତାହା ନ ଶୁଣି ସ୍ତ୍ରୀକୁ ନିର୍ଯାତନା ଦେଇଆସୁଥିଲେ। ଏ ନେଇ ପାରିବାରିକ ଜୀବନରେ ସବୁଦିନେ କଳହ ସୃଷ୍ଟି ହେଉଥିଲା।ଦିଲେଶ୍ବର ପରଜଙ୍ଗ ବୃନ୍ଦାବନପୁର ଠାରେ ଏକ ଜଳଖିଆ ଦୋକାନ ଦେବା ସହିତ ଭଡାରେ ରହି ଆସୁଥିଲେ । ଗୁରୁବାର ରାତିରେ ଦିଲେଶ୍ବର ସ୍ତ୍ରୀଙ୍କ ମୃତଦେହକୁ ନେଇ ଅଁଳାକଟା ସ୍ଥିତ ନିଜ ବାସଭବନକୁ ନେଇଯାଇଥିଲେ । ପରେ ମୃତକଙ୍କ ପୁଅ ଫୋନ୍ ଯୋଗେ ଅଜା ଘର ଲୋକଙ୍କୁ ମା’ ଦେହ ବହୁତ ଖରାପ ଅଛି ଶୀଘ୍ର ଆସିବା ପାଇଁ ଜଣାଇଥିଲେ । ତେବେ ବାପଘର ଲୋକ ଆସିଲା ବେଳକୁ ଅଞ୍ଜଳିଙ୍କ ମୃତଦେହ ଘର ବାରଣ୍ଡାରେ ଥିବା ଦେଖିବାକୁ ପାଇଥିଲେ । ଅଞ୍ଜଳିଙ୍କ ବେକରେ ଦାଗ ଥିବା ଦେଖିବାକୁ ପାଇଥିଲେ । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଦିଲେଶ୍ବରକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ ।

ଅଧିକ ପଢନ୍ତୁ

kc ads