ମଝି ଚିଲିକାରେ ଫସିଲା ଡଙ୍ଗା

ପୁରୀ ଜିଲ୍ଲା ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ୩୦ ଯାତ୍ରୀ ଓ ୧୫ଟି ଗାଡ଼ିକୁ ନେଇ ଉକ୍ତ ଡଙ୍ଗାଟି ଯାଉଥିଲା। ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିବା ସୂଚନା ମିଳିଛି।ସାତପଡ଼ାରୁ ଆଜି ଅପରାହ୍‌ଣ ୪ଟା ୪୫ରେ ଏକ ଘରୋଇ ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦା ଘାଟ ଅଭିମୁଖେ ବାହାରିଥିଲା। ଏହି ଡଙ୍ଗାରେ ୮ ଜଣ ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଥିଲେ। ଏଥି ସହିତ ଡଙ୍ଗାରେ ୧୫ଟି ବାଇକ୍ ରହିଥିଲା। ପ୍ରାୟ ୫ଟା ୨୦ମିନିଟରେ ଚିଲିକାର ମହିଷାତଳ ଠାରେ ପହଞ୍ଚିଥିବା ବେଳେ କୁଦରେ ଅଟକି ଯାଇଛି। ଡଙ୍ଗାରେ ଥିବା ମେସିନ ଭାଙ୍ଗିଯାଇଛି। ଏ କୌଣସି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିପାରି ନାହାନ୍ତି। ଅନ୍ୟ ମତ୍ସ୍ୟଜୀବୀଙ୍କ ଡଙ୍ଗା ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ କାରଣରୁ ଚିଲିକା ବିପର୍ଯ୍ୟୟର ଶିକାର ହେଉଛି। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଚିଲିକା ତାର ପୂର୍ବ ବୈଭବ ହରାଉଛି। ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଗତ କିଛି ବର୍ଷ ହେଲା ମାର୍ଚ୍ଚ ପରଠାରୁ ଜୁନ ମାସ ଯାଏଁ ବୃହତ ଚିଲିକାରେ ବ୍ୟାପକ ଜଳସ୍ତର ହ୍ରାସ ପାଉଛି। ଏହି କାରଣରୁ ବାରମ୍ବାର ଯାତ୍ରୀବାହୀ ଡଙ୍ଗା ସମେତ ଭସା ପୋଲ ଅଘଟଣର ଶିକାର ହେଉଛି।

ଅଧିକ ପଢନ୍ତୁ

Odisha Darpan Digital