ମୁନିଗୁଡ଼ା ପ୍ରେସ କ୍ଲବର ସ୍ଵତନ୍ତ୍ର ଅଧିବେଶନ।

ମୁନିଗୁଡ଼ା:ତା୧୩-୬ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ସୁଭଦ୍ରା ଉଦ୍ଧବ ମଙ୍ଗଳ ଭବନ ପରିସରରେ ଆଜି ପୂର୍ବାହ୍ନରେ ମୁନିଗୁଡ଼ା ପ୍ରେସ କ୍ଲବର ଏକ ସ୍ବତନ୍ତ୍ର ଅଧିବେଶନ ସଭାପତି ରାଜୀବ ଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲାର ଉପସଭାପତି ଶିମାଞ୍ଚଳ ପଣ୍ଡା,ଉପଦେଷ୍ଟା ରାମଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ।ପ୍ରଥମେ ଉତ୍କଳ ସାମ୍ବାଦିକ ସଂଘର ସଂପାଦକ ସ୍ବର୍ଗତ ରାଜିବଲୋଚନ ପଣ୍ଡା,ଏବଂ ଅହମଦାବାଦରେ ଘଟିଥିବା ପ୍ଲେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ଯାତ୍ରୀ ମାନଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ପରେ ସଭାପତି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ।ଚଳିତ ମାସରେ ପ୍ରେସ କ୍ଲବ ସାମ୍ବାଦିକ ମାନଙ୍କ ସିମାଞ୍ଚଲ ଯାତ୍ରା,ପ୍ରେସ କ୍ଲବ ସାମ୍ବାଦିକ ଭବନର ଶିଳାନ୍ୟାସ ଓ ନୂତନ ଭାବେ ପ୍ରେସ କ୍ଲବ ସଦସ୍ୟତା ଗ୍ରହଣ କରିଥିବା ଭି.ପ୍ରବୀଣ କୁମାରଙ୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ।ମଞ୍ଚାଶିନ ସମସ୍ତ ଅତିଥି ସାମ୍ବାଦିକ ମାନଙ୍କୁ ସାମାଜିକ କାର୍ଯ୍ୟ ଉପରେ ବିଶେଷ ଦୃଷ୍ଟି ଦେବାକୁ ଗୁରୁତ୍ବ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ବର୍ଷା ଋତୁରେ ପ୍ରେସ କ୍ଲବ ତରଫରୁ ବୃକ୍ଷ ରୋପଣ,ବ୍ଲଡ଼ ଡୋନେଶନ କ୍ୟାମ୍ପ ଓ ସ୍ୱଚ୍ଛ ଭାରତ ଅଭିଯାନ କରିବାକୁ ଉପସଭାପତି ଶ୍ରୀଯୁକ୍ତ ଦଳାଇ ପ୍ରସ୍ତାବ ଦେଇଥିଲେ।ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପଣ୍ଡା ସଂଗଠନକୁ ସୁଦୃଢ଼ ଓ ପ୍ରେରଣାଦାୟୀ କରିବାକୁ ମାର୍ଗଦର୍ଶନ କରିଥିଲେ।ପରେ ନୂତନ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରବୀଣ କୁମାରଙ୍କୁ ପ୍ରେସ କ୍ଲବ ମୁଖ୍ୟ ଉପଦେଷ୍ଟା ରାମଚନ୍ଦ୍ର ବେହେରା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସଂଘକୁ ସ୍ବାଗତ କରିଥିଲେ।ସଭାପତି ଓ ସମସ୍ତ ସଦସ୍ୟ ନୂଆ ସାମ୍ବାଦିକ ବନ୍ଧୁଙ୍କୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ।ଗଣମାଧ୍ୟମ ପ୍ରତିନିଧି ମାନଙ୍କର କାର୍ଯ୍ୟରେ ସ୍ବଚ୍ଛତା ରଖିବା ଉପରେ ସାମ୍ବାଦିକ ଗଣେଶ ପାତ୍ର,ସୁକାନ୍ତ ସେଠୀ ଓ ଧନୁ କୁଷୁଳିଆ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଈଶ୍ୱର ରାଓ,ପ୍ରମୋଦ ସାହୁକାର,ରଘୁନାଥ ବେହେରା,ନରେଶ ପାତ୍ର,ସନାତନ ନାୟକ,ରାଜେଶ ସାହୁ,କୈଳାଶ ଲାବାଲା,କ୍ଷମାସାଗର ଦାସ,ଦକ୍ଷ ବାତ୍ରା,ସୁଦୀ୍ପ ମିଶ୍ର,ଲାଡ଼ି ଶଙ୍କର,ପ୍ରସାଦ ସାହୁକାର,ହାଡ଼ିପା ଗୌଡ଼,ଆନନ୍ଦ ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ଶେଷରେ ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ ଧନ୍ୟବାଦ୍ ଦେବା ସହ ସଭିଙ୍କ ସହଯୋଗ ରହିଲେ ପ୍ରେସ କ୍ଲବ ଆଗାମୀ ଦିନରେ ଅନେକ ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଜାରିରଖି ଇତିହାସ ସୃଷ୍ଟି କରିପାରିବ ବୋଲି କହିଥିଲେ।

ଅଧିକ ପଢନ୍ତୁ

kc ads