ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ ।

ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରୁଛନ୍ତି ପହିଲି ରଜ ।ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ। ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ। ପହିଲି ରଜକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳନ କରାଯାଉଛି। ଘରେ ଘରେ ପିଠା, ମିଠାର ଆସର ଜମିଛି। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ଅବସରରେ ରଜ ମହୋତ୍ସବ ଆୟୋଜନ ହେଉଛି । ଦୋଳି ଖେଳ ସହିତ ପାରମ୍ପରିକ ନୃତ୍ୟ ଗୀତର ପ୍ରତିଯୋଗିତା ମଧ୍ୟ ହେଉଛି । ୩ ଦିନ ଧରି ପାଳନ ହେଉଥିବା ରଜ ଉତ୍ସବକୁ ନେଇ ସବୁଠି ଉତ୍ସବର ପରିବେଶ ଦେଖିବାକୁ ମିଳିଛି । ରଜ ଅବସରରେ ମିଠା ପାନର ପସରା ସବୁଠି ଦେଖିବାକୁ ମିଳିଛି । ବିଶେଷ କରି ଭଳି କି ଭଳି ମିଠା ମସଲା ଯୁକ୍ତ ପାନ, ରଜର ଆକର୍ଷଣକୁ ଅଧିକ ବଢାଇ ଦେଇଥାଏ ।କଥାରେ ଅଛି ଚାଷୀ ଚାଷ କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ହସଖୁସିରେ ରଜ ପର୍ବ ପାଳନ କରାଯାଇଥାଏ । ପରେ ଚାଷୀ ଚାଷ କାମରେ ଲାଗିପଡିଥାଏ।

ଅଧିକ ପଢନ୍ତୁ

Odisha Darpan Digital