ମାତ୍ର ୪୨ ଦିନରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ କଲେଣି ବାବା କେଦାରନାଥଙ୍କ ଦର୍ଶନ

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଜୋରସୋରରେ ଚାଲିଛି। ଯେଉଁଥିରେ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି। ଏଥର ଯାତ୍ରାରେ କେବଳ କେଦାରନାଥ ଧାମରେ ୪୨ ଦିନରେ ୧୦ ଲକ୍ଷରୁ ଅଧିକ ଭକ୍ତ ବାବା କେଦାରଙ୍କ ଦର୍ଶନ କରି ରେକର୍ଡ ଭାଙ୍ଗିଛନ୍ତି।ପୁଷ୍କର ଧାମି ସରକାର ମଧ୍ୟ ଏଥର ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଯେଉଁଥିପାଇଁ ତୀର୍ଥଯାତ୍ରୀଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି ।

ଖବର ମୁତାବକ, ମେ’ ୨ରେ ବାବା କେଦାରନାଥଙ୍କ କପାଟ ଖୋଲାଯାଇଥିଲା । କପାଟ ଖୋଲିବା ଦିନରୁ ପ୍ରତିଦିନ ହଜାର ହଜାର ଭକ୍ତ ଧାମରେ ପହଞ୍ଚୁଛ ନ୍ତି। ପ୍ରଶାସନ ଦ୍ୱାରା ଏଥର ପ୍ରଥମ ଥର ପାଇଁ କାର୍ଯ୍ୟକାରୀ କରାଯାଇଥିବା ଟୋକନ୍ ବ୍ୟବସ୍ଥା ଦର୍ଶନ ପ୍ରକ୍ରିୟାକୁ ଆହୁରି ବ୍ୟବସ୍ଥିତ କରିଛି । ଏହା ସାହାଯ୍ୟରେ, ଭକ୍ତମାନେ କମ ସମୟରେ ମନ୍ଦିରର ଗର୍ଭଗୃହ ଦର୍ଶନ କରିପାରିବେ । ଚାରଧାମ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି ।କେଦାରନାଥ ଧାମରେ ଭକ୍ତଙ୍କ ଭିଡ଼ ଲଗାତାର ବୃଦ୍ଧି ପାଉଛି। ଯାତ୍ରାକୁ ଆହୁରି ଚାରି ମାସ ବାକି ଅଛି। ଏଥର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଯିବ। କେଦାରନାଥ ଧାମକୁ ଏହି ଯାତ୍ରା କେବଳ ଆଧ୍ୟାତ୍ମିକ ଗୁରୁତ୍ୱ ରଖେ ନାହିଁ, ବରଂ ଏହା ଉତ୍ତରାଖଣ୍ଡର ପର୍ଯ୍ୟଟନ ଏବଂ ସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହିତ କରୁଛି।

ଅଧିକ ପଢନ୍ତୁ

kc ads