ନନ୍ଦନକାନନ ପାଇଁ ଖୁସି ଖବର । 33 ବର୍ଷ ପରେ ନନ୍ଦନକାନନରେ ଜନ୍ମ ନେଲା 5ଟି ଇଗୁଆନା । ଏଠାରେ ଥିବା ସରୀସୃପ ପାର୍କରେ ଆଜି ପାଞ୍ଚଟି ଇଗୁଆନା ଜନ୍ମଗ୍ରହଣ କରିଛନ୍ତି ।ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି । ୩ଟି ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ସରୀସୃପ ଉଦ୍ୟାନର ଖୁଆଡ଼ରେ ସ୍ଵତନ୍ତ୍ର ଯତ୍ନ ନିଆଯାଉଛି । ଅନ୍ୟ ଦୁଇଟି ଶାବକଙ୍କୁ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।ଏହି ପ୍ରାଣୀ ଉଦ୍ୟନରେ ଇଗୁଆନା ଶେଷ ଥର ପାଇଁ 1992 ମସିହା ଜାନୁଆରୀ 29 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।୨ଟି ପୁରୁଷ ଇଗୁଆନା ଏବଂ ଅନ୍ୟ ନୂଆ ପ୍ରଜାତୀର ଇଗୁଆନା ଯୋଡ଼ିବା ପାଇଁ ନନ୍ଦନକାନନରେ 2024 ମସିହାରେ ନଭେମ୍ବର 11 ତାରିଖରେ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରୁ ୨ ଟି ମାଈ ଏବଂ 2024 ମସିହାରେ ସେପ୍ଟେମ୍ବର 26 ତାରିଖରେ କୋଲକାତାର ଆଲିପୁର ଚିଡ଼ିଆଖାନାରୁ ୮ ଟି ଇଗୁଆନା (୪ ପୁରୁଷ ଏବଂ ୪ ମାଈ) ନନ୍ଦନକାନନକୁ ଆସିଥିଲେ ।
