ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ l ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ l ମୋଦିଙ୍କୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେପି କର୍ମୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି ପ୍ରମୁଖ୍ୟ ତାଙ୍କୁ ବିମାନବନ୍ଦରରେ ସ୍ଵାଗତ କରିଛନ୍ତି। ଏହାପରେ ଏୟାରପୋର୍ଟରୁ ସମାରୋହ ସ୍ଥାନ ଜନତା ମଇଦାନକୁ ରୋଡ୍‌ ଶୋ’ କରିଛନ୍ତି ମୋଦୀ। ଯାହା କୁହାଯାଉଛି ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବିଭିନ୍ନ ପ୍ରକାର ପ୍ରକଳ୍ପ ଭେଟି ଦେବେ।ନୂତନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ।

ଅଧିକ ପଢନ୍ତୁ

kc ads