ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ। ଜୟ ଲିଙ୍ଗରାଜ, ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ।କହିଲେ ଆଜିର ଦିନ ବହୁତ ସ୍ୱତନ୍ତ୍ର। କାରଣ ସଫଳତାର ସହତି ଓଡ଼ିଶା ବିଜେପି ଏକ ବର୍ଷ ପୂରଣ କରିଛି। ସୁଶାସନର ବର୍ଷ ସ୍ଥାପନ ହୋଇଛି। ସେଥିପାଇଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।ତେବେ ମୋଦି ଆହୁରି କହିଛନ୍ତି, କାନଡ଼ା ଗସ୍ତରେ ଥିଲାବେଳେ ଟ୍ରମ୍ପ ଆମେରିକା ଯିବାକୁ ନିମନ୍ତ୍ରଣ କଲେ। ମାତ୍ର ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ଜଗନ୍ନାଥଙ୍କ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି। ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି।ଆସାମ ଓ ତ୍ରିପୁରା ସମସ୍ୟାର ସମାଧାନ ହୋଇଛି। ଗରିବ, କୃଷକଙ୍କ ହକ୍ ମିଳୁନଥିଲା। ଦୁର୍ନୀତି ଅଧିକ ଥିଲା, ଏବେ କିନ୍ତୁ ସମସ୍ତଙ୍କୁ ତାଙ୍କ ହକ୍ ମିଳୁଛି। ବିକାଶରେ ଡବଲ ଇଞ୍ଜିନର ଫାଇଦା ମିଳୁଛି। ଆଜି ହେଉଥିବା ପ୍ରକଳ୍ପରେ ଡବଲ ଇଞ୍ଜିନର ଛାପ ଦେଖିବାକୁ ମିଳୁଛି।
