ଖୁବଶୀଘ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ କରାଯିବ ଯୋଗ

ଆଜି ଅର୍ଥାତ୍‌ ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଫିଟ୍ ରହିବାର ମନ୍ତ୍ର ବାଣ୍ଟିବା ସହ କହିଛନ୍ତି, “ଯୁବକମାନେ ହେଉଛନ୍ତି ପରିବର୍ତ୍ତନର ଆଲୋକ ବର୍ତ୍ତିକା। ପିଲାଠାରୁ ବୟସ୍କ ସଭିଏଁ ଯୋଗ କରିବା ଦରକାର। ଯୋଗ ଏକାଗ୍ରତା ଓ ସ୍ଥିରତା ଆଣିବା ସହ ମଣିଷକୁ ଚାପମୁକ୍ତ ରଖେ।” ତେବେ ଖୁବଶୀଘ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗକୁ ସାମିଲ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ସେ ଆହୁରି ମଧ୍ୟ କହିଥିଲେ ଯେ, ”ଯୋଗକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରିବାରେ ପ୍ରଧାମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୁସ୍ଥ ଓଡ଼ିଶା ଗଠନ କରିବାରେ ଯୋଗ ସହାୟକ ହେବ।” ଏହି ଅବସରରେ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଯୋଗ ଦେଇଥିଲେ।

ଅଧିକ ପଢନ୍ତୁ

kc ads