ମା’ ଛେଉଣ୍ଡ ଭାଇ-ଭଇଣୀକୁ ନିର୍ଯାତନା ଦେଉଥିଲେ ଜେଜେମା’।

ମାଆ ମରିଯିବା ପରେ ନାତି ନାତୁଣୀଙ୍କୁ ନିର୍ଯାତନା ଦେଉଥିଲେ ଜେଜେମା’। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ରସୁଲଗଡ ଜିଜିପି କଲୋନୀରେ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ଖେଳିଯାଇଛି । ଦୁଇ ଶିଶୁ ଦୀର୍ଘ ଦିନରୁ ନିର୍ଯାତିତ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକ ଦୁଇ ଶିଶୁଙ୍କୁ ଉଦ୍ଧାର କରି ମଞ୍ଚେଶ୍ବର ଥାନାକୁ ନେଇଆସିଛନ୍ତି । ସୂଚନା ଅନୁଯାୟୀ ନାତି ନାତୁଣୀଙ୍କ ଜେଜେମା’ କୋଳେଇ ନେବା ବଦଳରେ  ଅମାନୁଷିକ ନିର୍ଯାତନା ଦେଉଥିଲେ। ଘର ଭିତରେ ନାତି ନାତୁଣୀଙ୍କ ବନ୍ଦ ରଖି ନୃଶଂସ ଭାବରେ ମାଡ ମାରୁଥିଲେ। ଖାଇବାକୁ ବି ଦେଉ ନଥିଲେ। 

ଏହି ଘଟଣା ସମ୍ବନ୍ଧରେ ଜାଣି ମଞ୍ଚେଶ୍ୱର ପୋଲିସ ଭାଇ ଭଉଣୀଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି।ଅନ୍ୟପଟେ ପାଠ ପଢୁନଥିବାରୁ ମାଡ଼ ମାରୁଥିବା ସଫେଇ ଦେଇଛନ୍ତି ଜେଜେ ମା’ । 

ଅଧିକ ପଢନ୍ତୁ

Odisha Darpan Digital