ବିଧାୟକ ଦେଲେ ବର୍ଷକର ରିପୋର୍ଟ କାର୍ଡ

ରାୟଗଡ଼:–ରାୟଗଡ ବିଧାୟକ କାଡ୍ରାକା ଆପାଲାସ୍ଵାମୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ନିଜର ବର୍ଷକର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ। ସେ କହିଥିଲେ ବିଶ୍ୱାସର ଗୋଟିଏ ବର୍ଷ ଆପଣ ମାନେ କରିଥିବା ବିଶ୍ୱାସର ବର୍ଷ । ଆଶା ଓ ଭରଷାର ଗୋଟିଏ ବର୍ଷ । ଭଲ ପାଇବାର ଗୋଟିଏ ବର୍ଷ ବିତିଛି । ଆଦିବାସୀ କନ୍ଧ ସମ୍ପ୍ରଦାୟରେ ମୋର ଜନ୍ମ । ଏହି ମାଟି ସ୍ୱାଭିମାନର ମାଟି । କିନ୍ତୁ ଡାକ୍ତର ପିଣ୍ଢା ଏବଂ ଶ୍ମସାନ ଘାଟରେ ମୋ ଜିଲାର ଲୋକେ ହାରିଯାଆନ୍ତି । ସେହି ସ୍ଥାନରେ ମୋ ମାଁ ଭଉଣୀଙ୍କ ସହ ଠିଆ ହେଉ ହେଉ ଆପଣମାନେ ମୋତେ ଆଜି ବିଧାୟକ କରିଦେଇଛନ୍ତି । ନିର୍ବାଚନ ପରେ ୩ଟି ବିଧାନ ସଭା ଅଧିବେଶନ ସରିଛି । ଜିଲାର ବିକାଶ ପାଇଁ, ମୋ ନିର୍ବାଚନ ମଣ୍ଡଳୀର ର ବିକାଶ ପାଇଁ ଏବଂ ଓଡିଶାର ବିକାଶ ପାଇଁ ପ୍ରଥମ ବର୍ଷରେ ମୋଟ ୨୫୩ପ୍ରଶ୍ନ କରିଥିଲି, ସେଥିରୁ ୧୫୬ ପ୍ରଶ୍ନର ଉତ୍ତର ମିଳିଛି ବୋଲି କହିଥିଲେ । ସେ କହିଥିଲେ ପୂର୍ବ ୨୪ବର୍ଷର ସରକାରଙ୍କ ଅମଳରେ ରାୟଗଡ ସ୍ୱୟଂସାଶିତ ମହାବିଦ୍ୟାଳୟକୁ ସରକାରୀ ଘୋଷଣା କରାଯାଇଥିବା କଥା କୁହାଯାଇଥିଲା । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏ ସବୁରେ ସତ ନଥିଲା । ତେୁଣ ବିଧାନ ସଭାରେ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବୀ କରିଥିଲି ବୋଲି କହିଥିଲେ । ସେ କହିଥିଲେ ପୂର୍ବ ସରକାରଙ୍କ ଅମଳରେ ଶିକ୍ଷାର ବହୁ ପ୍ରଚାର କରାଯାଇଥିଲା । କିନ୍ତୁ ୩୦ଛାତ୍ରକୁ ଜଣେ ଶିକ୍ଷକ ଏହିୂ ଅନୁପାତକୁ ପୂରଣ କରାଯାଇ ନଥିଲା । ବିଧାନ ସଭାରେ ଏହି ପ୍ରଶ୍ନ ରଖିଥିଲି । ଗଣଶିକ୍ଷା ବିଭାଗର ଉତ୍ତର ପରେ କିଛି ମାତ୍ରାରେ ଏହି ସମସ୍ୟାର ସମାଧାନ ହୋଇଛି । ଆଗକୁ ଏହି ପ୍ରକ୍ରୀୟା ଜାରି ରହିବ ।କାଶୀପୁର ଏବଂ ରାୟଗଡ ଠାରେ ସମ୍ପର୍ଣ୍ଣ ଭିତିଭୂମୀ ସହ ଦୁଇଟି ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ୧୧ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ପାଇଁଦୃଷ୍ଟିହୀନ ଶିଶୁଙ୍କ ବାର୍ଷିକ ୩୦୦ ଦିନର ଖାଦ୍ୟ ସହ ସମସ୍ତ ବ୍ୟବସ୍ଥା ସହ ଗୋଟିଏ ଛାତ୍ରବାସର ଏବଂ ଶିକ୍ଷାର ଭିତିଭୂମୀ ନିର୍ମାଣ ପାଇଁ ଦାବୀ ରଖାଯାଇଛି । ସରକାର ଅତ୍ୟନ୍ତ ଗମ୍ଭିରତାର ସହ ଗ୍ରହଣ କରିଛନ୍ତି । ଶିତଳ ଭଣ୍ଡାରର ପ୍ରତିଶୃତି କଥା ଆପଣ ମାନଙ୍କୁ ଅଜଣା ନାହିଁ । କେତେ ଥର ଆପଣ ମାନେ ଖବର କାଗଜରେ ଲେଖିଛନ୍ତି ତାହା ମୁଁ ଜାଣିଛି । ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଶିତଳ ଭଣ୍ଡାର କଥା କହିକହି ୨୪ ଚାଲିଗଲା । ଶିତଳ ଭଣ୍ଡାର ଏକ ପ୍ରସଙ୍ଗ ହୋଇ ରହିଗଲା । ଅନ୍ତତ ପକ୍ଷେ ଆମ୍ବ ବହୁଳ କାଶୀପୁର ବ୍ଲକରେ ଗୋଟିଏ ଉଚ୍ଚ ମାନର ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଦାବୀ ରଖିଛି । ଚାଷ ପାଇଁ ଉତ୍ତମ ମାନର ବିହନ, ସଠିକ ସମୟରେ ଉପଯୋଗୀ ବିହନ ପ୍ରଦାନ, ଜଳସେଚନ ଭଳି ଗୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ ରଖାଯାଇଛି । କୃଷି,କୃଷକ ଓ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ସମୟରେ ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀଙ୍କୁ କ୍ଷତି ପୂରଣ ଦେବା ପାଇଁ ସରକାରଙ୍କୁ ଅବଗତ କରିଛି ବୋଲି କହିଥିଲେ । ସେ କହିଥିଲେ କ୍ରୀଡାର ବିକାଶ ପାଇଁ କ୍ରୀଡା ଛାତ୍ରାବାସ, ବିଭିନ୍ନ ପ୍ରକାର ଖେଳର ସମସ୍ତ ସୁବିଧା ସୁଯୋଗ ରଖି ଏକ ଉନ୍ନତ ମାନର ଖେଳ ପଡିଆ, ଏବଂ ଗୋଟିଏ ଛାତ୍ରାବାସ ପାଇଁ ଦାବୀ ରଖାଯାଇଛି । ଯଦ୍ୱାରା ଏହି ଜିଲାରୁ ଉତ୍ତମ ଖେଳାଳୀ ଜାତୀୟ ଅନ୍ତରଯାତୀୟ ସ୍ତରକୁ ଛୁଇଁପାରିବେ । ସହର ମଧ୍ୟରେ ୧୩ଏକର ଜମି ଚିହ୍ନଟ କରାଯାଇଛି । ଅତିଶୀଘ୍ର ଫୁଟବଲ ଷ୍ଟାଡିୟମ ସହିତ ବିଭିନ୍ନ ଖେଳର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। କାଶୀପୁର ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଏହି ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଯାହାକି ଝୋଡିଆଙ୍କ ନ୍ୟାର୍ଯ୍ୟ ଦାବୀ । ଏହାକୁ ଶୂନ୍ୟ କାଳରେ ଦାବୀ କରିଆସିଛି ବୋଲି କହିଥିଲେ । ସେ କହିଥିଲେ ଜିଲାର ୪୩ଟି ଗ୍ରାମରେ ପାଦଚଲା ରାସ୍ତା, ଏବଂ ୫୬୪ଟି ଗାଁକୁ ସ୍ଥାୟୀ ରାସ୍ତା ନାହିଁ ।ଏବେ ବି ଆମ ଜିଲାରେ ୪୩ଟି ପାଦଚଲା ରାସ୍ତା ଏବଂ ୫୬୪ଟି ଗାଁକୁ ସ୍ଥାୟୀ ରାସ୍ତା ନାହିଁ । ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ରାୟଗଡ ନିର୍ବାଚନ ମଣ୍ଡଳୀ ରାୟଗଡ ବ୍ଲକରେ ୪ଟି ଗାଁକୁ ପାଦଚଲା ରାସ୍ତା ନାହିଁ୫୪ଟି ଗାଁକୁ ସ୍ଥାୟୀ ରସ୍ତା ନାହିଁ ।କେବଳ କାଶୀପୁର ବ୍ଲକରେ ୩୧ଗାଁକୁ ପାଦଚଲା ରସ୍ତା ନାହିଁ । ୧୩୪ ଗାଁକୁ ସ୍ଥାୟୀ ରାସ୍ତା ହୋଇପାରିଲା ନାହିଁ । ରାୟଗଡ ସହରରେ ନୂତନ ପ୍ଲାଇ ଓଭର ପାଇଁ ସରକାରଙ୍କ ପାଖରେ ଦାବୀ ରଖିଛି ବୋଲି କହିଥିଲେ । ସେ କହିଥିଲେ ଜେସକୋ ଜମିରେ ବିକାଶ ନେଇ ଅତିଶିଘ୍ର ଜମି ହସ୍ତାନ୍ତର କରାଯିବ । ଯଦ୍ୱାରା ବିଭିନ୍ନ ପ୍ରକାର ବିକାଶ ପାଇଁ ଆଉ ଜମି ବାଧକ ହେବନାହିଁ । ଏ ନେଇ ବିଧାନ ସଭାରେ ମଧ୍ୟ ପ୍ରସଙ୍ଗ ଉଠାଇଛି । ଘରବାରୀ ପଟ୍ଟା ପାଇଁ ବିଧାନ ସଭାରେ ପ୍ରଶ୍ନ ପରେ ଆସିଲା ରାଜସ୍ୱ ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି । ଯଦି ଜଣେ ଜଙ୍ଗଲ ଜମିକୁ ନିଜ ଅଧିନରେ ରଖିଥାଏ ତେବେ ତାକୁ ତୁରନ୍ତ ପଟା ଦେବାପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ । ସେ କହିଥିଲେ ଦିବ୍ୟାଙ୍ଗଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦିକାନ୍ଦି ଗତ ସରକାର ଚାଲିଗଲେ । ଜନବହୁଳ ଏବଂ ବହୁତଳ ବିଶିଷ୍ଟ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଦିବ୍ୟାଙ୍ଗଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା କରିବା ପାଇଁ ଦାବୀ ରଖାଯାଇଛି ।ପୌରପରିଷଦର ବିକାଶ କ୍ରମରେ ରାସ୍ତାଘାଟ, ପାନୀୟ ଜଳ ଏବଂ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାପାଇଁ ସରକାରଙ୍କ ପାଖରେ ବିଧାନ ସଭାରେ ପ୍ରଶ୍ନ କରିଛି ବୋଲି କହିଥିଲେ । ସେ କହିଥିଲେ ୨୦୨୪ ଆର୍ଥିକ ବର୍ଷରେ ୫୧୧୪ ଅଭିଯୋଗ ଗ୍ରହଣ କରାଯାଇଛି ସେ ମଧ୍ୟରୁ ୪୮୦ଟି ବିଚାରାଧୀନ ରହିଛି।ସବୁଠାରୁ ଦୁର୍ଭାଗ୍ୟ କଥା ବର୍ତ୍ତମାନ ବିଜ୍ଞାନ ଯୁଗ ସମସ୍ତ ହାତରେ ଇଣ୍ଟରନେଟ ରହିଛି। ଇମେଲ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ କରିଥିବା ଅଭିଯୋଗ ସଂଖ୍ୟା ଶୂନ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଦେଇଥିଲେ। ତାହା ହେଲେ ଜିଲ୍ଲାରେ ଇମେଲ ଅଭିଯୋଗ ଗୁଡିକ ସମାଧାନ କରାଯାଉନାହିଁ। ଏନେଇ ମୁଁ ପୁଣି ଅଭିଯୋଗ କରିବି ବୋଲି କହିଥିଲେ। ସେ କହିଥିଲେ ମହିଳା ମାନଙ୍କ ଆର୍ଥକ ଅଭିବୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିିଛି । ସେ କହିଥିଲେ ରାୟଗଡରେ ଚାଲିଥିବା ବେଆଇନ ନିଶା କାରବାର ଉପରେ ବିଭାଗ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ଆଲୋଚନା ହୋଇଛି । ୧ଲକ୍ଷ ୮୦ହଜାର ଟଙ୍କାରେ ଗୋଟିଏ ବସ୍ତା ସିମେଣ୍ଟ କିଣା ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରଶ୍ନ କରାଯାଇଛି । ରାୟଗଡା ସହରେ ସୁରକ୍ଷା ଦୃଷ୍ଟିରୁ ଯେଉଁ ସମସ୍ୟା ରହିଛି ସେନେଇ ରାଣିଗୁଡା ଫାର୍ମରେ ଆଦର୍ଶ ମହିଳା ଥାନା। ସାଈପ୍ରିୟା ନଗର ଏବଂ କାରୁବାଈ ଠାରେ ନୂତନ ଥାନା।ରହିତ କଲୋନୀ ଠାରେ ପୋଲିସ ଫାଣ୍ଡି ନେଇ ଡିଜିପିଙ୍କ ସହିତ ଆଲୋଚନା ସରିଛି ବୋଲି କହିଥିଲେ। ଅଗାମୀ ଦିନରେ ରାୟଗଡ ସହରରେ ଜଳ ଅଭାବ ସ୍ଥିତି ସଙ୍ଗୀନ ହେବ । ଏକ ଝଞ୍ଜାବତୀ ନଦୀ ହିଁ ଭରଷା । ତେଣୁ ଝଞ୍ଜାବତୀ ନଦୀର ସୁରକ୍ଷା ଆସନ୍ତା ବଷରେ ଆପଣଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ସେ କହିଥିଲେ ବିଧାୟକ ପାଣ୍ଠି ୩କୋଟିଶିକ୍ଷା, ଗମନା ଗମନ ଭିତିଭୂମୀର ବିକାଶ, ପାନୀୟ ଜଳ ଏବଂ ଆଲୋକି କରଣରେ ବ୍ୟୟ କରାଯାଇଛି । ଆଗମୀ ଦିନରେ ଜିଲାରେ ଆହୁରି ଅନେକ କଳ କାରଖାନା ପ୍ରତିଷ୍ଟା ହେବ । ତେଣୁ ଭବାନୀ ପାଟଣା ଠାରୁ ଚିଲିକାପାଲେମ ଭାୟା ରାୟଗଡ ଦେଇ ଅର୍ଥନୌତିକ କରିଡର ପ୍ରାୟ ୭୪୦ କୋଟି ଟଙ୍କାର ଆରପିଡିଏସି ବୈଠରେ ଦେଇଥିବା ପ୍ରାସ୍ତାବ ଅନୁମୋଦିତ । ବିଜ୍ଞପ୍ତି ପ୍ରକ୍ରୀୟା ଶେଷ ହୋଇଛି ବୋଲି କହିଥିଲେ । ସେ କହିଥିଲେ ବର୍ତ୍ତମାନ ନୂଆ ବସଷ୍ଟାଣ୍ଡକୁ ରୟତ କୋଲନୀ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ ପ୍ରସ୍ତାବ ରଖିଛି । ମୁଁ ବି ଜଣେ ମଣିଷ କର୍ମକ୍ଷେତ୍ରରେ ଭୂଲତୃଟି ନିଶ୍ଚିତ ରହିବ। ବିକାଶକୁ ନେଇ ଯେକୌଣସି ମୁହୁର୍ତ୍ତରେ ମୋ ସହିତ ଆପଣ ମାନେ ଯୋଗାଯୋଗ କରି ସହଯୋଗ କରନ୍ତୁ ରାୟଗଡ଼ା ଜିଲ୍ଲାର ବିକାଶରେ ଆପଣଙ୍କ ଆବଶ୍ୟକ ରହିଛି। ଯଦିଓ କୈଣସି ଭୂଲ ତୃଟି ଥିଲେ କ୍ଷମା କରିନେବେ ବୋଲି କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଦୁର୍ଗା ପ୍ରସାଦ ପଣ୍ଡା,ସୁନିଲ ପଣ୍ଡା,ଚିନାରା କ୍ରିଷ୍ଣା,ସଙ୍କର ଚିଲିକା,ସଙ୍କର୍ଷଣ ମଙ୍ଗରାଜ,ଝୁନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

kc ads