ମୁମ୍ବାଇରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର । କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆର୍ଥ୍ରାଇଟିସର ସଫଳ ଅସ୍ତ୍ରୋପଚାର ହୋଇଛି । ବର୍ତ୍ତମାନ ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ସୂଚନା ଦେଇଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା ।ତାଙ୍କୁ ଦୁଇ ଦିନ ପାଇଁ ଅବଜରଭେସନରେ ରଖାଯାଇଛି।ସମସ୍ତଙ୍କ ସହିତ କଥା ହେଉଛନ୍ତି । ତାଙ୍କୁ ଆଗାମୀ ୫ ରୁ ୬ ଦିନ ମଧ୍ୟରେ ଡିସଚାର୍ଜ କରାଯିବ । ଏହା ପରେ ନବୀନ ଭୁବନେଶ୍ବର ଫେରିପାରନ୍ତି ବୋଲି ଆଶା କରାଯାଉଛି ।ସ୍ପାଇନ ସର୍ଜରୀ ପାଇଁ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି କହିଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା ।
ପ୍ରସିଦ୍ଧ ସ୍ପାଇନ ସର୍ଜନ ଡାକ୍ତର ରାଜଶେଖର ଏହି ଅପରେସନ କରିଛନ୍ତି । ଏସିଆନ ହାର୍ଟ ହସପିଟାଲର ହାର୍ଟ ସର୍ଜରୀ ମୁଖ୍ୟ ପ୍ରଦୋତ ରଥ, କୋକିଳାବେନ ହସପିଟାଲର ଦୁଇ ଜଣ ସ୍ପାଇନ ସର୍ଜନ ମୁଖ୍ୟ, ଆନସ୍ଥେସିଆ ମୁଖ୍ୟ ଡାକ୍ତର ମନୋଜ ଚୌହାନ ଓ ଟିମ ଏଥିରେ ସାମିଲ ଥିଲେ ।