ଅଣାୟତ୍ତ ଜଣ୍ଡିସ୍‌: ଦୁଇ ଗାଁରେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ଗୋଟିଏ ପଟେ ଝାଡାବାନ୍ତି ଅନ୍ୟ ପଟେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ବ୍ୟାପୁଛି ଜଣ୍ଡିସ୍। ୧୫ ଦିନ ଭିତରେ ୧୯ ଜଣ ଆକ୍ରାନ୍ତ ହେଲେଣି। ଗୋପବନ୍ଧୁନଗର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍। ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତର ଖିରିପଦା ଓ ପରିଛିପୁର ଗ୍ରାମରେ ଜଣ୍ଡିସ୍‌ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସରକାରୀସ୍ତରରେ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ତା’ଠାରୁ ଢେର୍‌ ଅଧିକ ରୋଗୀ ଡାକ୍ତରଖାନା ନଯାଇ ଘରୋଇ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଏହି ଦୁଇ ଗାଁରୁ ୪୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି। ସେପଟେ ଗାଁ ରେ ସଚେତନତା କାର୍ଯ୍ୟକ୍ରମ କରୁଥିଲେ ସୁଦ୍ଧା ସେଭଳି କୌଣସି ଠୋସ ପଦକ୍ଷେପ ସ୍ୱାସ୍ଥ୍ୟ ବିଭାଗ ନେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ

kc ads