ଶସ୍ତା ହୋଇଗଲା ସୁନା, ରୂପା ଦର ବି କମିଗଲା

କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ସହ ଏଯାଏଁ ପ୍ରାୟ ୨ହଜାର ଟଙ୍କା ଦାମ୍‌ କମିଛି । ଜୁନ୍‌ ୨୫ ଅର୍ଥାତ୍‌ ବୁଧବାର କମିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୯୫୦ ଟଙ୍କା ରହିଛି । ଗତକାଲି ଏହା ୯୯, ୨୨୦ ଟଙ୍କା ଥିଲା । ଏଥିରେ ୨୭୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୦,୭୦୦ ଟଙ୍କା ରହିଛି । ଗତକାଲି ୯୦,୯୫୦ ଟଙ୍କା ଥିଲା । ଏଥିରେ ୨୫୦ ଟଙ୍କା ହ୍ରାସ ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୮ , ୦୦୦ ଟଙ୍କା ହୋଇଛି ।

ଅଧିକ ପଢନ୍ତୁ

kc ads