ବୟସ୍କ-ରୋଗାକ୍ରାନ୍ତ ବ୍ୟକ୍ତି ରଥଯାତ୍ରାକୁ ଯାଆନ୍ତୁନି: ସ୍ୱାସ୍ଥ୍ୟ ବିଭାଗ

ଆଜି ପବିତ୍ର ଘୋଷ ଯାତ୍ରା । ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ ଜମିଛି । ତେବେ ଏହାରି ଭିତରେ ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି ।କୋଭିଡ ଓ ରାଜ୍ୟରେ ବ୍ୟାପୁଥିବା ହଇଜାକୁ ଆଖି ଆଗରେ ରଖି ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଶେଷ କରିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ । ପୁରୀରେ ହସ୍ପିଟାଲ ପ୍ରସ୍ତୁତ ଅଛି । ଅଧିକ ବେଡ଼, ଆଇସିୟୁ, ଅଧିକ ଆମ୍ବୁଲାନ୍ସ, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମୁତୟନ କରାଯାଇଛି । ପୁରୀରେ ରହି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏସବୁର ପ୍ରତ୍ୟକ୍ଷ ତଦାରଖ କରିବେ । ପୁରୀର ଖାଦ୍ୟର ମାନ ପରୀକ୍ଷା ହେଉଛି । ୫ଟିରୁ ଅଧିକ ଟିମ ଖାଦ୍ୟର ମାନ ପରୀକ୍ଷା କରୁଛନ୍ତି । ତେବେ କେବଳ ଆଜି ନୁହେଁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରହି ସ୍ଥିତି ଉପରେ ନଜର ରଖିବେ ।

ଆଜି ଭକ୍ତମାନଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ସହିତ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସେହିପରି ବଡଦାଣ୍ଡ ରଥ ସବୁଆଡେ ମୋବାଇଲ ଟିମକୁ ସଜାଗ ରଖାଯାଇଛି ।

ଅଧିକ ପଢନ୍ତୁ

kc ads