ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବିଜେପିରୁ ୫ ନିଲମ୍ବିତ

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରୁ ଘୋଷାଡି ଆଣି ମାଡ ମାରିବା ଘଟଣାରେ ମଙ୍ଗଳବାର ବିଜେପିରୁ ୫ ଜଣଙ୍କୁ ନିଲମ୍ବନ କରାଯାଇଛି। । ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ୫ଜଣଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସମସ୍ତଙ୍କୁ ସସ୍‌ପେଣ୍ଡ କରାଯାଇଛି । ନିଲମ୍ବିତ ହୋଇଥିବା ୫ ଜଣ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ଅନ୍ୟମାନେ ହେଲେ ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଂଜୀବ ମିଶ୍ର ।ସୂଚନାନୁଯାୟୀ, ସୋମବାର ବିଏମସି ଅତିରିକ୍ତ କମିଶନରଙ୍କୁ କିଛି ଦୁର୍ବୃତ୍ତ ମାଡ ମାରିବା ସହ ଆକ୍ରମଣ କରିଥିଲେ । ଏହି ଅଭିଯୁକ୍ତମାନେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଜଗନ୍ନାଥ କହିଛନ୍ତି ଯେ ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କୁ ଜାଣିଛି। ତେବେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ପରେ ଦୁର୍ବୃତ୍ତମାନେ ମେୟର ସୁଲୋଚନା ଦାସଙ୍କୁ ଘେରି ଗାଳିଗୁଲଜ କରିଥିଲେ ।

ଅଧିକ ପଢନ୍ତୁ

kc ads