
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ତଥା ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ବାବଧାନରେ ନୟାଗଡ କୋର୍ଟ ପରିସରରେ ଚଳିତ ବର୍ଷର ବନ ମହୋତ୍ସବ କୋର୍ଟ କର୍ମଚାରୀ, ଅଧିକାର ମିତ୍ର, ଆଇନ ସେବା ପ୍ରାଧିକରଣ କର୍ମଚାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବନ ମହୋତ୍ସବକୁ ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରା ଯାଇଛି । ବୃକ୍ଷ ହିଁ ଜୀବନ । ବୃକ୍ଷ ବିନା ମଣିଷ ବଞ୍ଚିବା ଅସମ୍ଭବ , ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିବା ସହିତ ପଥପ୍ରାନ୍ତ ବାଟୋଇକୁ ଛାଇ ପ୍ରଦାନ କରିଥାଏ । ସମସ୍ତେ ନିଜ ନିଜ ବାଡି ତଥା ଖାଲି ପଡିଥିବା ରାସ୍ତା ପାର୍ଶ୍ଵରେ ଗଛ ଟିଏ ଲଗାଇବାକୁ ଅନୁରୋଧ କରିଥିଲେ । ନିଜ ନିଜ ଜନ୍ମ ଦିବସରେ ତଥା ପରିବାର ସଦସ୍ୟଙ୍କ ଜନ୍ମ ଦିବସରେ ଗୋଟିଏ ଗଛ ଲଗାଇ ପରିବେଶକୁ ସୁସ୍ଥ ରଖିବାକୁ ସେ ସମବେତ କୋର୍ଟ ସଦସ୍ଯ, ଅଧିକାର ମିତ୍ର, ଆଇନ ସେବା ପ୍ରାଧିକରଣ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ସମସ୍ତ ବିଚାର ବିଭାଗୀୟ ବିଚାରପତି ଏଥିରେ ସାମିଲ ହୋଇଥିଲେ । ଆଇନ ସେବା ପ୍ରାଧିକରଣର ବନ ମହୋତ୍ସବ ପାଳନ ଜୁଲାଇ ୧ ରୁ ଆରମ୍ଭ କରି ୭ ରିଖ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ପାଳନ ହେବ ବୋଲି ସଚିବ ଅଞ୍ଜଳି ମଚ୍ଛଖଣ୍ଡ ସୂଚନା ଦେଇଛନ୍ତି।