କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଭୀମଦାଶପୁର ପଞ୍ଚାୟତର କୁସୁପୁର ଗାଁର ଦେବପ୍ରସାଦ ଦାସଙ୍କ ଘରୁ ୫ଫୁଟର ଏକ ନାଗଶାପ ସହ ୮ଟି ନାଗଛୁଆକୁ ଉଦ୍ଧାର କଲେ Snake Rescue ର ଶୁଭେନ୍ଦୁ ସ୍ୱାଇଁ ।ତାଙ୍କ ସିଡ଼ି ଘରର ଏକ କୋଣରେ ଏକ ନାଗସାପ ଓ ଛୁଆ ବୁଲୁଥିବା ଦେଖି ଭୟଭୀତ ହୋଇ ଯାଇଥିଲେ ପରିବାର ଲୋକେ । ଦୁଇ ଗୋଟି ନାଗଛୁଆକୁ ଦେବ ପ୍ରସାଦ ନିଜେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଜାଣିବାକୁ ପାଇଲେ ଆଉ ଅଧିକ ନାଗସାପ ଛୁଆ ଏବଂ ବଡ଼ ନାଗସାପ ଅଛି । ତେଣୁ ଦେବପ୍ରସାଦ କଟକର Snake Rescue ର ଶୁଭେନ୍ଦୁ ସ୍ୱାଇଁଙ୍କୁ ଫୋନ କରି ଜଣାଇଥିଲେ । ପରେ ସେ ପହଁଚି ପ୍ରଥମେ ୫ ଫୁଟର ଏକ ନାଗଶାପ ସହ ୬ଟି ନାଗଶାପ ଛୁଆକୁ ଉଦ୍ଧାର କରିଥିଲେ ।
