ଆଜି ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ । ୪ ଦିନ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଦେଖିବେ ଅଭିଜ୍ଞ ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ୯୩୮ ଜଣ ରୋଗୀ ସ୍ବାସ୍ଥ୍ୟ ଶିବିରରେ ଉନ୍ନତମାନର ଚିକିତ୍ସା ପାଇପାରିବେ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବାକୁ କଟକ ଏସସିବିର ସୁପର ସ୍ପେସାଲିଷ୍ଟ ଡାକ୍ତରମାନେ ବିମାନରେ ଯାଇ ନବରଙ୍ଗପୁରରେ ପହଞ୍ଚିବେ। ପରେ ପର୍ଯ୍ୟାୟକ୍ରମେ ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ବି ସୁପର ସ୍ପେସାଲିଷ୍ଟ ଡାକ୍ତରମାନେ ରୋଗୀଙ୍କ ପାଖରେ ପହଞ୍ଚି ଚିକିତ୍ସା କରିବେ। ସ୍ୱାସ୍ଥ୍ୟ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ସୁନିଶ୍ଚିତ ହେଉଛି ।