ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଯୁକ୍ତ ହେବେ ଅତିରିକ୍ତ ୧୬ ହଜାର ଅଧ୍ୟାପକ

ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି । ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ତେବେ ପାଠପଢ଼ା ଗୁଣାତ୍ମକ, ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ବଢ଼ାଯିବ । ଶିକ୍ଷକ-ଛାତ୍ର ଅନୁପାତ ସବୁ ସମୟରେ ଯେପରି ଠିକ୍‌ ରହିବ ତାକୁ ଦୃଷ୍ଟି ଦିଆଯିବ । ଏଥିଲାଗି ଅତିରିକ୍ତ ଭାବେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ଯେପରି ପିଏଚ୍‌ଡି କରିବେ ତାକୁ ବାଧ୍ୟତାମୂଳକ କରାଯିବ । ଓଡ଼ିଶା ଭିଜନ୍‌ ୨୦୩୬ ଓ ୨୦୪୭ରେ ଏପରି ଯୋଜନା କରାଯାଇଛି । ୨୦୨୯ ସୁଦ୍ଧା ରାଜ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ଶିକ୍ଷକ ତାଲିମ ପ୍ରତିଷ୍ଠାନ (ଓଏଚ୍‌ଟିଟିଆଇ) ପ୍ରତିଷ୍ଠା କରାଯିବ । ଏଥିରେ ରାଜ୍ୟର କଳା, ସଂସ୍କୃତି ରହିବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ଅଧ୍ୟାପକମାନେ ଆସି ତାଲିମ ପ୍ରଦାନ କରିବେ ।

ନିୟମିତ ଭାବେ ଦକ୍ଷତା ବିକାଶ, ମାର୍ଗଦର୍ଶନ ଆଦି କାର୍ଯ୍ୟକ୍ରମ ହେବ । ଉଚ୍ଚଶିକ୍ଷା ପାଇଁ ‘ନେତୃତ୍ୱ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରାଯିବ । ଏଥିରେ ଶିକ୍ଷାଦାନରେ ଅତି ଉତ୍ତମ ଓ ଦକ୍ଷତା ଥିବା ଅଧ୍ୟାପକଙ୍କୁ ଚିହ୍ନଟ କରାଯିବ । ସେମାନଙ୍କୁ ନେଇ ଅନ୍ୟ ଅଧ୍ୟାପକଙ୍କୁ ତାଲିମ ପ୍ରଦାନ କରାଯିବ ।

ଅଧିକ ପଢନ୍ତୁ

kc ads