୪୪ ବର୍ଷରେ ପାଦ ଥାପିଲେ ଧୋନୀ

ଆଜି କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୪ ବର୍ଷରେ ପାଦ ଦେଲେ ମାହି । କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମଏସ ଧୋନୀ ମ୍ୟାଚର ବେଷ୍ଟ ଫିନିସର । କୌଣସି ବି ମ୍ୟାଚ୍ ଆପଣ ଦେଖିବେ ଯଦି ଧୋନୀ ଶେଷ ଯାଏଁ ଥିବେ ତାହାଲେ ସିଏ ଦଳକୁ ବିଜୟ ସହ ଏକ ସୁନ୍ଦର ଛକା, ଚୌକା ସହ ଫିନିସ୍ କରିଥିବାର ଅନେକ ନଜିର ରହିଛି । ଧୋନୀଙ୍କର ଇଚ୍ଛା କ୍ରିକେଟରେ ନଥିଲା । ତାଙ୍କ ସ୍କୁଲ ସମୟରେ, ସେ ଫୁଟବଲ୍ ଦଳର ଗୋଲକିପର ଥିଲେ, କିନ୍ତୁ ଗୋଟିଏ ଦିନ ତାଙ୍କ କ୍ରୀଡ଼ା ଶିକ୍ଷକ ତାଙ୍କୁ କହିଲେ – କ୍ରିକେଟ୍ ଦଳକୁ ଜଣେ ୱିକେଟକିପର ଆବଶ୍ୟକ, ତୁମେ ଚେଷ୍ଟା କରିବ କି? କଥା କେବଳ ଏତିକି ଥିଲା, ଆଉ ସେଠାରୁ ବିଶ୍ୱକପ୍ ଟ୍ରଫି ପାଇଁ ଆରମ୍ଭ ହୋଇଥିଲା ଯାତ୍ରା ।

ଧୋନୀ ସବୁବେଳେ କୁହନ୍ତି ଯେ ସେ ସଚିନ ତେନ୍ଦୁଲକରଙ୍କୁ ଦେଖି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ଯେତେବେଳେ ମାହି ତାଙ୍କ ପିଲାଦିନରେ କ୍ରିକେଟ ଖେଳୁଥିଲେ, ସେ ବଜାରରୁ ସଚିନଙ୍କ ପୋଷ୍ଟର କିଣି ତାଙ୍କ ଘରର କାନ୍ଥରେ ଲଗାଉଥିଲେ । ଯେତେବେଳେ ସଚିନ ବିଦେଶରେ ମ୍ୟାଚ୍ ଖେଳୁଥିଲେ, ସେ ତାଙ୍କୁ ଦେଖିବା ପାଇଁ ସକାଳୁ ଶୀଘ୍ର ଉଠିଯାଉଥିଲେ ଏବଂ ଯଦି ସଚିନ ଆଉଟ୍ ହୋଇଯାଆନ୍ତି, ତେବେ ସେ ମ୍ୟାଚ୍ ନଦେଖି ଶୋଇପଡ଼ନ୍ତି । ତାଙ୍କ ପିଲାଦିନର ସ୍ୱପ୍ନ ଥିଲା ସଚିନଙ୍କ ପରି ଛକା ମାରିବା । ତେବେ ଆଜି ସକାଳେ କେକ୍ କାଟି ନିଜ ଜନ୍ମଦିନ ଧୋନୀ ପାଳିଥିବା ବେଳେ ତାଙ୍କ ବାସଭବନ ସାମ୍ନାରେ ପ୍ରଶଂସକଙ୍କ ଭିଡ ଜମିଛି । ରାଞ୍ଚି ସ୍ଥିତ ତାଙ୍କ ବାସଭବନ ଆଗରେ ଏମଏସ ଧୋନୀ ଫ୍ୟାନ୍ କ୍ଲବର ସଦସ୍ୟମାନେ କେକ୍ କାଟି ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ

kc ads