ନନ୍ଦନକାନନରେ ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା

ନନ୍ଦନକାନନରେ ଖୁସିଖବର। ଏଠାରେ ଜନ୍ମ ନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା। ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ। ଏହାକୁ ମିଶାଇ ନନ୍ଦନକାନନରେ ହେଲେ ୨୫ ହଳଦିଆ ଆନାକୋଣ୍ଡା।ଚଳିତ ସପ୍ତାହରେ ଏହା ଦ୍ବିତୀୟ ପ୍ରଜନନ। ୨୦୧୯ ଅକ୍ଟୋବରରେ ମାଡ୍ରାସ୍ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନକୁ ଆନାକୋଣ୍ଡା ଅଣାଯାଇଥିଲା । ଶେଷଥର ୨୦୨୨ରେ ନନ୍ଦନକାନନରେ ୯ଟି ଆନାନୋଣ୍ଡା ଜନ୍ମ ନେଇଥିଲେ । ପୁଣି ୩ ବର୍ଷ ପରେ ଏମାନଙ୍କ ବଂଶ ବୃଦ୍ଧି ପାଇଛି ।  ତେବେ ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି।

ଅଧିକ ପଢନ୍ତୁ

kc ads