ମଙ୍ଗଳବାର ସକାଳ ୬ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ ।

ମଙ୍ଗଳବାର ସକାଳ ୬ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ । ୪.୫୦ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀ ଆସିବ ।ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ କାରଣ ଆଗାମୀ କିଛି ଦିନ ଯାଏଁ ବର୍ଷା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ସେ କହିଛନ୍ତି ଯେ, ହୀରାକୁଦର ୨୦ଟି ଗେଟ୍ ଦେଇ ୨.୯୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆଗାମୀ ଦିନରେ ବର୍ଷା ହେଲେ, ଅଧିକ ଗେଟ୍ ଖୋଲା ହେବ । ଗତକାଲି ସମ୍ବଲପୁର ଜିଲ୍ଲାର ମହୁଲପାଲିରେ ବାଦଲ ଫଟା ବର୍ଷା ସହିତ ରାଜ୍ୟରେ ସର୍ବାଧିକ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା ।

ହୀରାକୁଦର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି ।

ଅଧିକ ପଢନ୍ତୁ

kc ads