ଭିଜିଲାନ୍ସ ଜାଲରେ ଫସିଲେ ପଶୁଚିକିତ୍ସକ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ

ଟୋଲ୍ ଫ୍ରି’ ନମ୍ବରରେ ହୋଇଥିବା ଅଭିଯୋଗ ଆଧାରରେ ସମ୍ୱଲପୁର ରାଇରଖୋଲର ବିଭିଓ ଡ. ଶୁଭ ପ୍ରକାଶ ସୋରେନ ଏବଂ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମହେଶ୍ୱର ସାହୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଜଣେ ହିତାଧିକାରୀଙ୍କ କୁକୁଡ଼ା ଫାର୍ମର ସବସିଡି ଟଙ୍କା ପ୍ରଦାନ ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଦୁର୍ନୀତି ନିବାରଣ ଟିମ୍ ତାଙ୍କୁ ଧରିଛି । ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ‘ଗୋ-ସୁଗମ’ ଯୋଜନାର ଜଣେ ହିତାଧିକାରୀ, ଏପ୍ରିଲ୍ ୨୦୨୫ ରେ ବ୍ରଏଲର ଫାର୍ମ ନିର୍ମାଣ କରିସାରିଛନ୍ତି ଏବଂ ମୋଟ ସବସିଡି ରାଶି ୯୦,୦୦୦ ଟଙ୍କା ପାଇବାକୁ ଯୋଗ୍ୟ ଥିଲେ। ଏପ୍ରିଲ୍ ୨୦୨୫ ମସିହାରୁ, ଅଭିଯୋଗକାରୀ ପ୍ରକାଶ ସୋରେନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସବସିଡି ରାଶି ୫୪,୦୦୦ ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରି ଆସୁଥିଲେ। ତଥାପି ପ୍ରକାଶ ଉକ୍ତ ରାଶି ପ୍ରଦାନ କରିବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ। କୌଣସି ବିକଳ୍ପ ନପାଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ।

ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଅଭିଯୋଗକାରୀଙ୍କ ଠାରୁ ୫,୦୦୦ ଟଙ୍କା ନେଉଥିବା ସମୟରେ ଦୁହିଁଙ୍କୁ ଗିରଫ କରିଥିଲେ। ଏହା ପରେ ବିଭିଓ ଶୁଭ ପ୍ରକାଶ ସୋରେନଙ୍କ ୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛି ।

ଅଧିକ ପଢନ୍ତୁ

Odisha Darpan Digital