କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଅଡୁଆରେ ୟୁଟ୍ୟୁବର ଆଶିଷ ମେହେର

ଅଧିକ ଭିୟୁଜ ପାଇଁ ଜଗନ୍ନାଥଙ୍କୁ ବି ଛାଡିଲେନି । କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ଭିଡିଓ ଅପଲେଡ କଲେ । ଭିଡିଓ ଭାଇରାଲ ହେବା ପରେ ବିବାଦରେର ବରଗଡ଼ ଜିଲ୍ଲା ବିଜେପୁରର ୟୁଟ୍ଯୁବର ଆଶିଷ ମେହେର । ସେ ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ ପିଠିରେ ରଙ୍ଗ ଓ ତୂଳୀରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ଏକ ପୋଖରୀ ରେ ଛାଡୁଥିବାର ଦୃଶ୍ୟ ଭିଡିଓ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଥିଲେ । ଏହାକୁ ଦେଖିବା ପରେ ଭୁବନେଶ୍ୱର ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରି କରିବା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ ବୋଲି ସୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଛନ୍ତି । ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ତେବେ ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ ବନ୍ୟପ୍ରାଣୀ ଆଇନରେ ସିଡ୍ୟୁଲ ୧ ତାଲିକାରେ ସଂରକ୍ଷିତ ଅଟେ । ଏହି ତାଲିକାରେ ସଂରକ୍ଷିତ ଜୀବ ଜନ୍ତୁଙ୍କୁ ଧରିବା ଓ ତାଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରିବା ଏକ ଅପରାଧ ଅଟେ ଏବଂ ଏପରି ଅପରାଧ ପାଇଁ ୭ ବର୍ଷ ଯାଏଁ ଜେଲ ଦଣ୍ଡ ,ଏକ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ଅଛି ।

ଅଧିକ ପଢନ୍ତୁ

kc ads