ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ମାମଲାରେ ସେସନ୍ସ କୋର୍ଟରେ ଖାରବେଳନଗର ଥାନା ପୁଲିସ କେସ୍ ଡାଏରୀ (ସିଡି) ଦାଖଲ କରିଛି । ମାମଲାର ପ୍ରାଥମିକ ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ସହିତ ଏହି ସିଡିରେ ୧୦ରୁ ଅଧିକଙ୍କୁ ସାକ୍ଷୀ ରଖାଯାଇଛି । ଆସନ୍ତା ୯ ତାରିଖରେ ଜାମିନ୍ ଆବେଦନ ଶୁଣାଣି ହେବ । ଅଭିଯୁକ୍ତ ଜଗା ବର୍ତ୍ତମାନ ବିଚରାଧୀନ କଏଦୀ ଭାବେ ଝାରପଡ଼ା ସ୍ୱତନ୍ତ୍ର କାରାଗାରର ୱାର୍ଡ ନଂ ୨୯ରେ ରହୁଛନ୍ତି । ତେବେ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଛି।
