ପୋଷ୍ଟ ମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ମାଗି ଭିଜିଲାନ୍ସ ପଞ୍ଝାରେ ମେଡିକାଲ ଅଫିସର ।

ଭିଜିଲାନ୍ସ ପଞ୍ଝାରେ ମେଡିକାଲ ଅଫିସର ଡାକ୍ତର ଶିବ ପ୍ରସାଦ ସେଠୀ। ଜଗତସିଂହପୁର ଜିଲା କୁଜଙ୍ଗ ସିଏଚସିର ମେଡିକାଲ ଅଫିସର ଏବଂ ତାଙ୍କ ସହଯୋଗୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ପୋଷ୍ଟ ମର୍ଟମ୍ ରିପୋର୍ଟ ପ୍ରଦାନ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ମୃତ ପତ୍ନୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବା ପାଇଁ ଲାଞ୍ଚ ମାଗିଥିଲେ । ଅନ୍ୟ କୌଣସି ଉପାୟ ନପାଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଭିଜିଲାନ୍ସ ଟିମ୍ କଟକରେ ଥିବା କ୍ଲିନିକରୁ ଡାକ୍ତରଙ୍କୁ ଗିରଫ କରିଛନ୍ତି । ସୂଚନାମୁତାବକ ମୃତକଙ୍କ ମୃତ୍ୟୁ ଖାଦ୍ୟ ବିଷାକ୍ତ ଯୋଗୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ପରେ ଡାକ୍ତର ଶିବ ପ୍ରସାଦ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ମୃତକଙ୍କ ସ୍ୱାମୀ ହୋଇଥିବାରୁ ଅଭିଯୁକ୍ତ ଡାକ୍ତରଙ୍କୁ ବୀମା ପାଇଁ ପିଏମ୍ ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରୁଥିଲେ। କିନ୍ତୁ ବିବାହର ୭ ବର୍ଷ ମଧ୍ୟରେ ମୃତକଙ୍କ ମୃତ୍ୟୁ ହୋଇଥିବାରୁ, ଏମ୍ଓ, ଡାକ୍ତର ଶିବ ପ୍ରସାଦ ସେଠୀ ଏକ ପୋଷ୍ଟମର୍ଟମ ରିପୋର୍ଟ ଶୀଘ୍ର ପ୍ରଦାନ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।

ଅଧିକ ପଢନ୍ତୁ

kc ads