ବାହାରିଲାନି ନିଷ୍କର୍ସ । ଜାରି ରହିବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ।

ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ । ଫଳରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନରତ ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ୪ଘଣ୍ଟା ଧରି ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।ଡ୍ରାଇଭର ସଙ୍ଘ ସହ ବୈଠକ ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ । ଗତକାଲି ଦିନ ତମାମ୍ ରାଜ୍ୟବ୍ୟାପୀ ଅଲ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଥିଲା । ଫଳରେ ବସ୍, ଅଟୋ କିଛି ଗଡ଼ିନଥିଲା । ହଜାର ହଜାର ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ହଇରାଣ ହୋଇଥିଲେ । ସୂଚନା ଅନୁସାରେ ଡ୍ରାଇଭର ମହାସଂଘର ୭ ଦଫା ଦାବି ମଧ୍ୟରେ ରହିଛି, ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ଚେତାବନୀ ଦେଇଛି ।

ଅଧିକ ପଢନ୍ତୁ

Odisha Darpan Digital