ରାମ ମନ୍ଦିରରୁ ଦାନ ହୁଣ୍ଡି ନେଇଗଲେ ୩ ଦୁର୍ବୃତ୍ତ

ପୁରୀରେ ପୁଣି ମାତିଲେ ମନ୍ଦିର ଲୁଟେରା । ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ହୁଣ୍ଡି ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ପୁରୀ ରେଳ ଷ୍ଟେସନ ନିକଟ ରାମ ମନ୍ଦିରରୁ ହୁଣ୍ଡି ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ । ତେବେ ଲୁଟ୍ ସମୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।କିଛିଦିନ ତଳେ ଖବର ଆସିଥିଲା ଯେ, ଏଟିଏମ ତାଡି ଟଙ୍କା ନେଇଯାଉଛନ୍ତି ଦୁର୍ବୃତ୍ତ। ସିସିଟିଭି କ୍ୟାମେରାରେ ସ୍ପ୍ରେ ମାରି ଟଙ୍କା ଲୁଟୁଛନ୍ତି ଦୁବୃର୍ତ୍ତ। ଏହି ଘଟଣା ପ୍ରଥମ ନୁହେଁ ଯେ, ମନ୍ଦିର ହୁଣ୍ଡି ଚୋରି ହୋଇଛି। ଏମିତି ଅନେକ ଘଟଣା ଘଟିଛି, ଯେଉଁଥିରେ ଚୋରମାନେ ମନ୍ଦିରରୁ ଠାକୁରଙ୍କ ଟଙ୍କା ସହ ସୁନା ଗହଣା ମଧ୍ୟ ଚୋରି କରିଛନ୍ତି। ତେବେ ଘଟଣାକୁ ନେଇ ରାମ ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ ।

ଅଧିକ ପଢନ୍ତୁ

Odisha Darpan Digital