ଓଡ଼ିଶା ସରକାରଙ୍କୁ ଧମକାଇଲେ ବେଙ୍ଗଲି ସାଂସଦ ମହୁଆ ମୈତ୍ର ।

ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୈତ୍ରା ଝାରସୁଗୁଡ଼ାରେ ୪୨୧ ଜଣ ବେଙ୍ଗଲି ଶ୍ରମିକଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରି ଓଡ଼ିଶା ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ଏହି ଶ୍ରମିକମାନଙ୍କ ମଧ୍ୟରୁ ୨୩ ଜଣ ତାଙ୍କ ନିର୍ବାଚନ ମଣ୍ଡଳୀ କୃଷ୍ଣନଗରର ମିର୍ଜାପୁର ଗାଁର, ଯେଉଁମାନେ ଆଧାର କାର୍ଡ ଭଳି ବୈଧ ପ୍ରମାଣପତ୍ର ରଖିଥିଲେ ମଧ୍ୟ ଓରିଏଣ୍ଟ ପୋଲିସ ଷ୍ଟେସନରେ ବେଆଇନ ଭାବେ ଅଟକ ରଖାଯାଇଛି।ଏହାସହ ଆହୁରି କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ରାଜସ୍ବର ୫୦ ପ୍ରତିଶତ ପଶ୍ଚିମବଙ୍ଗରୁ ଆସୁଛି। ୫୦ ପ୍ରତିଶତ ବଙ୍ଗାଳୀ ପର୍ଯ୍ୟଟକ ଓଡ଼ିଶାର ହୋଟେଲରେ ରହୁଛନ୍ତି, ଏଠାକାର ରେସ୍ତୋରାଁରେ ଖାଉଛନ୍ତି। ବିଗତ ଦିନରେ ହେଉ ନ ଥିଲା, ବିଜେପି ସରକାର ଆସିଲା ପରେ ହେଉଛି । ଏଭଳି କହି ପର୍ଯ୍ୟଟକ ନଆସିବା ଧମକ ପରୋକ୍ଷ୍ୟରେ ଦେଇଛନ୍ତି ମହୁଆ।ଅନ୍ୟପକ୍ଷରେ, ଓଡ଼ିଶା ପୋଲିସର ଆଇଜି (ଉତ୍ତରାଞ୍ଚଳ) ହିମାଂଶୁ ଲାଲ କହିଛନ୍ତି ଯେ, ଏହି ଅଟକ ପ୍ରକ୍ରିୟା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ଏକ ରାଜ୍ୟବ୍ୟାପୀ ଅଭିଯାନର ଅଂଶ ଏବଂ ଏହା ଜାତୀୟ ସୁରକ୍ଷା ଓ ଆଇନର ଶାସନ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ସେ ସ୍ପଷ୍ଟ କରିଛନ୍ତି ଯେ, ବୈଧ ପ୍ରମାଣପତ୍ର ଥିବା ବ୍ୟକ୍ତିମାନଙ୍କୁ ମୁକ୍ତ କରାଯାଉଛି କିମ୍ବା ମୁକ୍ତି ପ୍ରକ୍ରିୟାରେ ଅଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital