ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡ଼ଦିଆ ପଞ୍ଚାୟତ ଧ୍ରୁବପଲିପୁର ମଂଡଲସାହିରେ ଏମିତିକା ଦୃଶ୍ୟ ଦେଖିବାକୁ ମିଳିଛି । ଗତକାଲି ଧ୍ରୁବପଲିପୁରରୁ ବର ହୋଇ ଶତ୍ରୁଘନ ମଣ୍ଡଳ ବାହା ହେବାକୁ ଚାନ୍ଦବାଲି ଶ୍ରୀକୃଷ୍ଣ ମନ୍ଦିରକୁ ଆସିଥିଲେ । ହେଲେ ଗାଁ କୁ ପକ୍କା ସଡ଼କ ନଥିବାରୁ କାଦୁଅ ପଚ ପଚ ରାସ୍ତାକୁ ଆସିପାରିନଥିଲା ଚାରି ଚକିଆ ଗାଡ଼ି । ତେଣୁ ବାଧ୍ୟ ହୋଇ ବରର ସାଙ୍ଗମାନେ ବରକୁ ନିଜ କାନ୍ଧରେ ବସାଇ ଆଣିଥିଲେ । ସେହିପରି ବାହାଘର ପରେ ମଧ୍ୟ ବର ସମାନ ଢଙ୍ଗରେ ଘରକୁ ଫେରିଥିଲା ଆଉ କନିଆ ସେହି କାଦୁଅ ପଚ ପଚ ରାସ୍ତାରେ ଚାଲି ଚାଲି ମୁଖ୍ୟ ରାସ୍ତା ଉପରକୁ ଆସିଥିଲା ।
