ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୧୧ଟି ଗେଟ୍ ଏବଂ ଡାହାଣ ପାର୍ଶ୍ବରେ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ପ୍ରତି ସେକେଣ୍ଡରେ ମୁଣ୍ଡଳୀରେ ୪ ଲକ୍ଷ ୧୦ ହଜାର ୨୪୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ମୁଣ୍ଡଳୀର ଅପ୍ ଷ୍ଟ୍ରିମରେ ଜଳସ୍ତର ୮୬.୭୦ ଫୁଟ୍ ରହିଛି। ମୁଣ୍ଡଳୀର ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୮୩.୬୦ ଫୁଟ୍ ରହିଛି।
