ପୈତୃକ ଗାଁ ମଶାଣି ରେ ଜଳିଲା ସୌମ୍ୟାଶ୍ରୀଙ୍କ ମୃତ ଶରୀର । ପଳାସିଆ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଲେ ସୌମ୍ୟାଶ୍ରୀଙ୍କ ଭାଇ । ସୌମ୍ୟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୂରା ଗାଁ ଏକାଠି ହୋଇଥିବା ବେଳେ, ଭାଙ୍ଗିପଡ଼ିଛି ପୂରା ପରିବାର । ନିଜ ଝିଅକୁ ହରାଇ ସ୍ଥାଣି ପାଲଟିଯାଇଛନ୍ତି ବାପା ମାଆ । ମା’ ଏବେବି ବିଶ୍ୱାସ କରିପାରୁନି ତା ଝିଅ ଏହି ଦୁନିଆ ଛାଡ଼ି ଚାଲିଯାଇଛି ବୋଲି। ଅନ୍ତିମ ସଂସ୍କାର ପ୍ରାର୍ଥିବ ଶରୀର ନେବା ବେଳେ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ। ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୧୧.୪୬ରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାତାରାତି ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।ଏହି ଦୁଃଖଦ ଘଟଣା ପରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ଦଳର ନେତା ।
