ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷା ସ୍ଥଗିତ

ଆସନ୍ତା ୧୭ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଦିନ ହେବାକୁ ଥିବା ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ କରାଯାଇଛି | ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷାକୁ ସ୍ଥଗିତ ରଖାଗଲା । ଗୃହରକ୍ଷୀ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷା ୨ ଦିନ ଘୁଞ୍ଚିଲା । ଆଜି ବୁଧବାର ହେବାକୁ ଥିବା ପରୀକ୍ଷା ୧୮ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି ଏନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ସୋସିଆଲ୍ ମିଡ଼ିଆ ‘ଏକ୍ସ’ରେ ଏହି ସୂଚନା ସୂଚନା ମିଳିଛି । ସେହିପରି ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସେବକ, ସେବିକା, ଆଦିବାସୀ ଭାଷା ଶିକ୍ଷକ (ଟିଏଲ୍‌ଟି) ପ୍ରିଲିମ୍‌ ନିଯୁକ୍ତି ନେଇ ପରୀକ୍ଷା କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିଲା । ହେଲେ ଓଡ଼ିଶା ବନ୍ଦ ପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ଆଗାମୀ ଦିନରେ ପରୀକ୍ଷା କେବେ ହେବ ତାର ସୂଚନା ପ୍ରଦାନ କରାଯିବ । ଏନେଇ ପରୀକ୍ଷାର୍ଥୀମାନେ ଓଏସ୍‌ଏସ୍‌ଏସ୍‌ସି ୱେବ୍‌ସାଇଟ୍‌ ଯାଞ୍ଚ କରିବାକୁ କୁହାଯାଇଛି ।

ଅଧିକ ପଢନ୍ତୁ

kc ads