ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଅନ୍ୟପଟେ ଆସନ୍ତାକାଲି ଓଡ଼ିଶାବନ୍ଦ ଡାକରା ଦେଇଛି କଂଗ୍ରେସ। ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେଡି କର୍ମୀ । ଲୋୟର ପିଏମ୍ଜିରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଲେ ବିଜେଡି କର୍ମୀ । ଆନ୍ଦୋଳନସ୍ଥଳରେ ବିଜେଡି କର୍ମୀଙ୍କ ଉପରେ ପାଣି ମାଡ଼ କରିଛି ପୋଲିସ । ଆନ୍ଦୋଳନକାରୀଙ୍କ ଉପରକୁ ମଧ୍ୟ ଟିୟର ଗ୍ୟାସ୍ ପ୍ରୟୋଗ କରାଯାଇଛି । ଏମିତି କି ଆନ୍ଦୋଳନସ୍ଥଳରେ ଟେକା, ପଥର ମାଡ଼ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।ଲୋକସେବା ଭବନ ସମ୍ମୁଖ ଫାଟକ ବନ୍ଦ କରାଯାଇଛି । ବିଜେଡି ଘେରାଉ ପାଇଁ ଘୋଷଣା କରିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର ।ସେପଟେ ଆନ୍ଦୋଳନକାର-ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଇ ପୋଲିସ ଅଟକ ରଖିଛି।ଏହାସହ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୁଲିସ ପାଣିମାଡ଼ କରୁଥିବା ଦେଖିବାକୁ ମିଳିଛି ।
