ବଢିବଅଧିକାରୀ ମାନଙ୍କ ପ୍ରଶାସନିକ ଦକ୍ଷତା । ଅପାରଗ , ଅଯୋଗ୍ୟ ଅଧିକାରୀଙ୍କୁ ମିଳିବ ବାଧ୍ୟତାମୂଳକ ଅବସର

ସଚିବ ସ୍ତରୀୟ ବୈଠକରେ ଆସିଲା ବଡ଼ ନିଷ୍ପତ୍ତି। ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ। ଅପାରଗ , ଅଯୋଗ୍ୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଧେଶ ଦିଆଯାଇଛି। ଏଷ୍ଟାବ୍ଲିସମେଣ୍ଟଜନିତ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ଭଳି ରାଜ୍ୟ ସରକାରଙ୍କ ସବୁ ବିଭାଗର ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଭାବେ ବିଭାଗର ସ୍ବତନ୍ତ୍ର ସଚିବ କିମ୍ବା ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ରହିବେ ।

ସେମାନେ ବିଭାଗୀୟ ଅଧିକାରୀଙ୍କ ବଦଳି, ନିଯୁକ୍ତି, ଡିସିପି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ପେନସନ ମାମଲା, ଗ୍ରେଡେସନ ତାଲିକା, ରିହାବ୍ଲିଟେସନ ଆସିଷ୍ଟାନ୍ସ ମାମଲା ବୁଝିବେ । ସବୁ ବିଭାଗର ଏଷ୍ଟାବ୍ଲିସମେଣ୍ଟ ସେକ୍ସନ ଠିକ ଭାବେ କାମ କରୁଛି କି ନାହିଁ ତାହା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୨ ମାସରେ ଥରେ ସମୀକ୍ଷା କରାଯିବ । ଠିକ ସମୟରେ ଅଫିସ ଆସିବା ଉପରେ ବି ଗୁରୁତ୍ୱାରୋପ କରାଯାଇଛି। ତେବେ ଜୁଲାଇ ୩୧ ସୁଦ୍ଧା ଖାଲି ପଦବୀର ତଥ୍ୟ ଦେବାକୁ ନିର୍ଦେଶ ଦିଆଯାଇଛି।ଏପଟେ ଓସ୍ବାସରେ ଯାଉଥିବା ଫାଇଲ ପ୍ରାୟ ୬ ସ୍ତର ଦେଇ ସଚିବଙ୍କ ପାଖରେ ପହଞ୍ଚୁଥିବା ବେଳେ ଏହାକୁ ୩ ସ୍ତରକୁ କମାଇବାକୁ କୁହାଯାଇଛି । ସେକ୍ସନ ଅଫିସର କିମ୍ବା ASO ଫାଇଲ କାମ ଆରମ୍ଭ କରିବେ। ଏହାପରେ ଡେସ୍କ, ଅଫିସର, ଅନୁସଚିବ, ଉପସଚିବଙ୍କ ପାଖକୁ ତର୍ଜମା ପାଇଁ ଯିବ । ତାପରେ ଯୁଗ୍ମ ସଚିବ, ଅତିରିକ୍ତ ସଚିବ, ସ୍ବତନ୍ତ୍ର ସଚିବ ତର୍ଜମା କରିବ ଫାଇଲ ଅନୁମୋଦନ ପାଇଁ ବିଭାଗୀୟ ସଚିବଙ୍କ ନିକଟକୁ ପଠାଯିବ । ଏହି ସବୁ ପ୍ରସ୍ତୁତି ଜୁଲାଇ ୨୫ ସୁଦ୍ଧା ଶେଷ ହେବ । ଜୁଲାଇ ୩୧ ପୂର୍ବରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସବୁ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବଙ୍କୁ ଚିଠି ଲେଖିଛନ୍ତି ।

ଅଧିକ ପଢନ୍ତୁ

kc ads