ସେଦିନ ରାତିର ସବୁକଥା କହିଲେ ସୌମ୍ୟଶ୍ରୀଙ୍କ ସାଙ୍ଗ

ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ଆତ୍ମାହୁତି ଘଟଣା । ସେଦିନ ରାତିର ସବୁକଥା କହିଲେ ସୌମ୍ୟଶ୍ରୀଙ୍କ ସାଙ୍ଗ । ସେ କହିଛନ୍ତି, ପୂର୍ବ ରାତିରେ ସେ ନ ଖାଇ ବିଚଳିତ ଥିଲେ, କାନ୍ଦୁଥିଲେ। ରାତି ୩ଟା ପର୍ଯ୍ୟନ୍ତ ବି ସେ ଶୋଇ ନ ଥିଲେ, ଚାପରେ ଥିଲେ। ତାଙ୍କୁ ସାର୍‌ ପରୀକ୍ଷାରୁ ବଞ୍ଚିତ କରିଥିବାରୁ ପୂରା ଚାପରେ ଥିଲେ। ୯ ଜଣଙ୍କୁ ନୋଟିସ ହେଲା, ମାତ୍ର ପରୀକ୍ଷାରୁ ଏକା ବଞ୍ଚିତ ହୋଇଥିଲେ ସୌମ୍ୟାଶ୍ରୀ। ଘରେ ଜଣାଇବାକୁ ବାରମ୍ବାର କହି ଆସୁଥିଲି। ବଡ଼ କଥା ହେଲା, ଯିଏ ସମସ୍ତଙ୍କୁ ବୁଝାଉଥିଲା, ସେ ଏମିତି କେମିତି କରିପାରିବ?’ସେ ଯେ ଏପରି କାମ କରିଥିବ ମୁଁ ବିଶ୍ୱାସ କରିପାରୁ ନାହିଁ। ଅତ୍ୟଧିକ ଚାପରେ ଥିଲା, କିମ୍ବା ଏହା ଏକ ପ୍ରି ପ୍ଲାନ୍‌। କଲେଜରୁ ଆସିଲେ ଖାଇବା ଆଣିବ ବୋଲି କହିଥିଲା। ହେଲେ ଆତ୍ମହତ୍ୟା କରିପାରିବ କି। ଘଟଣାର ସଠିକ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସି ପାରିବ ବୋଲି କହିଛନ୍ତି ସୌମ୍ୟାଶ୍ରୀ ସାଙ୍ଗ ।

ଅଧିକ ପଢନ୍ତୁ

kc ads