ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା।

ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା। ସହଦେବଖୁଣ୍ଟା ଥାନା ଏଡିଏମ୍‌ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଦେହରେ ଆଜି ଅପରାହ୍‌ଣରେ ନିଆଁ ଲାଗିଥିଲା। ଏନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କରିଥିଲା। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |ଫଳରେ ମହିଳା ଜଣଙ୍କର ଶରୀର ପାଖାପାଖି ୭୦ ପ୍ରତିଶତ ଜଳିଯାଇଥିବା ସୂଚନା ମିଳିଛି। ପିଡୀତା ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ

kc ads