ପୁଣି ଏକ ଅନୁସୂଚିତ ବିଦ୍ୟାଳୟର ଛାତ୍ରୀ ହେଲେ ଗର୍ଭବତୀ

ପୁଣି ଜଣେ ନବାଳିକା ଛାତ୍ରୀ ଗର୍ଭବତୀ। ରାୟଗଡ଼ ବିଷମକଟକ ଅଞ୍ଚଳରେ ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜାଣିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷମ କଟକ ଥାନାରେ ଏତଲା ଦେଇଥିଲେ।ଆବାସିକ ବିଦ୍ୟାଳୟର ଏତଲାକୁ ଆଧାର କରି ବିଷମ କଟକ ପୋଲିସ ଏଘଟଣାରେ ସଂପୃକ୍ତ ଜଣେ ଯୁବକକୁ ବିଷମକଟକ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଅନୁଯାୟୀ ଗତକାଲି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ଉକ୍ତ ଆବାସିକ ବିଦ୍ୟାଳୟ ଆନ୍ତେବାସୀ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସଂପୃକ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିବା ବେଳେ ପରୀକ୍ଷା ନିରୀକ୍ଷା କରିବାରୁ ସେ ଗର୍ଭବତୀ ରହିଥିବା ଜଣାପଡିଥିଲା।ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଚିକିତ୍ସକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବଗତ କରିଥିଲେ। ଛାତ୍ରୀ ଜଣକ ଗର୍ଭବତୀ ଥିବା ନେଇ ବିଭାଗୀୟ କତୃପକ୍ଷଙ୍କୁ ମଧ୍ୟ ଅବଗତ କରିଥିଲେ। ପୋଲିସ୍ ପୀଡିତା ଛାତ୍ରୀଙ୍କୁ ପଚରା ଉଚରା କରି ଛାତ୍ରୀଙ୍କ ଜଣେ ସମ୍ପର୍କୀୟଙ୍କୁ ଅଟକ ରଖି ପଚରାଉଚରା କରିଛି। ତେବେ ଛାତ୍ରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ କୁମ୍ଭାରଧାମୁଣି ଗ୍ରାମ ପଞ୍ଚାୟତର ପାପଡାମ୍ବୁ ଗ୍ରାମର ସମ୍ପର୍କୀୟ ମାମୁଁ ପୁଅ ପିଂଟୁ ସାରକା (୧୮) ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ । ଯୁବକ ଜଣକ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଯାହାଫଳରେ ସେ ଗର୍ଭବତୀ ହୋଇଥିଲେ । ନାବାଳିକା ଛାତ୍ରୀଙ୍କ ବୟାନ ଆଧାରରେ ବିଷମ କଟକ ପୋଲିସ ସଂପୃକ୍ତ ପିଂଟୁ ସାରକାଙ୍କୁ ବିଷମ କଟକ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ଅଧିକ ପଢନ୍ତୁ

kc ads