ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍ପି ଏହି ସୂଚନା ଦେଇଛନ୍ତି।ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଦିନେ ଦୁଇ ଦିନ ଭିତରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବେ । ଏହାପରେ ତାଙ୍କୁ ପୋଲିସ ପଚରାଉଚରା କରିବ। ବିଜୟିନୀ ତାଙ୍କ ଝିଅ ବୋଲି ସେ ମାନିଛନ୍ତି ।
ବାପା, ମାଆ ସ୍ଥାନୀୟ ଅଞ୍ଚଳର ଓ ଶ୍ରମିକ ଶ୍ରେଣୀର ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି।ତେବେ ଡିଏନଏ ରିପୋର୍ଟ ଆସିବା ପରେ ପ୍ରକୃତରେ ଏମାନେ ତା ମାଆ ବାପା କି ନାହିଁ ସ୍ପଷ୍ଟ ହେବ ବୋଲି ଏସ୍ପି କହିଛନ୍ତି । ସେଥିପାଇଁ ନମୂନା ପଠାଯାଇଥିବା ବି ଏସପି କହିଛନ୍ତି ।ଏହା ସହ ଉଦ୍ଧାର ଶିଶୁ ବିଜୟିନୀ ସମ୍ପୃକ୍ତ ଦମ୍ପତ୍ତିଙ୍କ ଦ୍ୱିତୀୟ ସନ୍ତାନ ବୋଲି ଏସପି କହିଛନ୍ତି । ଏହା ସହ ତାର ମାଆ ସୁସ୍ଥ ହେଲେ ତଦନ୍ତ ଆରମ୍ଭ ହେବ ବୋଲି ସେ କହିଛନ୍ତି ।