ଦେଶରେ କମିପାରେ ପେଟ୍ରୋଲ ଓ ଡିଜେଲ ଦର- ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ

ଦୀର୍ଘଦିନରୁ ଅପରିବର୍ତ୍ତିତ ରହିଥିବା ପେଟ୍ରୋଲ୍ ଓ ଡିଜେଲ୍‌ ଦରରେ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍ ବହୁଦିନ ପର୍ଯ୍ୟନ୍ତ ୬୫ ଡଲାର ପାଖାପାଖି ସ୍ତରରେ ରହିବ, ତେବେ ଭାରତରେ ତେଲ ଦର କମ୍ ହୋଇପାରିବ ବୋଲି ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି । ଆସନ୍ତା ୨-୩ ମାସରେ ତେଲ ଶସ୍ତା ହେବାର ସମ୍ଭାବନା ରହିଛି ବୋଲି ସେ ଲୋକଙ୍କୁ ଆଶା ଦେଖାଇଛନ୍ତି ।ସେ ଆହୁରି କହିଛନ୍ତି ଯେ, ଯଦି ଇରାନ-ଇସ୍ରାଏଲ ଉତ୍ତେଜନା ଭଳି ଏକ ବଡ଼ ଭୂ-ରାଜନୈତିକ ଘଟଣା ଘଟେ, ତେବେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନ ତେଲ ମୂଲ୍ୟ ପ୍ରତି ବ୍ୟାରେଲ ୬୫ ଡଲାରକୁ ହ୍ରାସ ପାଇଛି । ଯାହା ଯୋଗୁଁ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକର ଲାଭ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ, ସରକାର ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ବିଚାର କରୁଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ ଉପରେ ପ୍ରତି ଲିଟର ୧୨ -୧ 5 ଟଙ୍କା ଏବଂ ଡିଜେଲ ଉପରେ ୬ -୧୨ ଟଙ୍କା ଲାଭ କରୁଛନ୍ତି।ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ୍‌ ଲିଟର ପିଛା ଦାମ୍ ୧୦୦ ଟଙ୍କା ପାଖାପାଖି ରହିଥିବା ବେଳେ ଡିଜେଲ୍ ଦାମ୍ ୯୦ ଟଙ୍କା ଉପରେ ରହିଛି ।

ଅଧିକ ପଢନ୍ତୁ

kc ads