ବିଷମ କଟକ 18/7 ମଙ୍ଗଳ ବିଭାଗର ଆବାସିକ ବିଦ୍ୟାଳୟ ମାନଙ୍କରେ ଛାତ୍ରୀ ମାନେ ବାରମ୍ବାର ଦୁସ୍କର୍ମ ସାଙ୍ଗକୁ ଗର୍ଭବତୀ ହେବା ଭଳି ଚିତ୍ର ସାମ୍ନା କୁ ଆସୁଛି। ପୁଣି ବିଷମ କଟକ ରେ ଦେଖିବା ପାଇଁ ମିଳିଛି ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଭଳି ଏକ ଲଜ୍ୟା ଜନକ ଘଟଣା । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡକୁମ୍ ସଦର ପଞ୍ଚାୟତ ଠାରେ ଅବସ୍ଥିତ ଅନୂସୁଚୀତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଆବାସିକ ବିଦ୍ୟାଳୟ ର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ପଦାକୁ ଆସିଛି । ଏହି ଘଟଣା ଜାଣିବା ପରେ ଗତ କାଲି ଅର୍ଥାତ ବୁଧବାର ରାତିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ତରଫରୁ ବିଷମ କଟକ ଥାନାରେ ଏକ ଏତଲା ଯଦିଆଯାଇଛି । ଆବାସିକ ବିଦ୍ୟାଳୟ ର ଏତାଲା କୁ ଆଧାର କରି ବିଷମ କଟକ ପୋଲିସ୍ ଏ ଘଟଣା ରେ ସଂପୃକ୍ତ ଜଣେ ଯୁବକ କୁ ବିଷମ କଟକ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ସୂଚନା ଅନୁଯାଏ ଗତକାଲି ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ଉକ୍ତ ଆବାସିକ ବିଦ୍ୟାଳୟ ଆନ୍ତୋବାସୀ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ସଂପୃକ୍ତ ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିବା ବେଳେ ପରିକ୍ଷା ନିରିକ୍ଷା କରିବାରୁ ସେ ଗର୍ଭବତୀ ରହିଥିବା ଜଣାପଡିଥିଲା । ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଚିକିତ୍ସକ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅବଗତ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀ ଙ୍କୁ ଡାକି ସମସ୍ତ କଥା ପଚାରୁ ବୁଜିବା ବେଳେ ଉକ୍ତ ଛତ୍ରୀ ଜଣକ ଗ୍ର୍ରୀଷ୍ମ ଛୁଟିରେ ଘରକୁ ଯାଇଥିବା ବେଳେ ତାଙ୍କ ମାମୁ ପୁଅ ସହିତ ଅନୈତିକ ସମ୍ପର୍କ ଗଢି ଉଠିଥିବା କଥା ପ୍ରକାଶ କରିଥିଲେ ଏ ସମସ୍ତ କଥା ଝିଅ ର ବାପା ମାଁ ଙ୍କୁ ଶିକ୍ଷୟତ୍ରୀ ସୂଚନା ଦେଇଥିଲେ । ଏବଂ ଛାତ୍ରୀ ଜଣକ ଗର୍ଭବତୀ ରହିଥିବା ନେଇ ବିଭାଗୀୟ କତୃପକ୍ଷ ଙ୍କୁ ମଧ୍ୟ ଅବଗତ କରିଥିଲେ । କତୃପକ୍ଷ ଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ପକ୍ଷରୁ ବିଷମ କଟକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବିଷମ କଟକ ପୋଲିସ୍ ପିଡିତା ଛାତ୍ରୀ ଙ୍କୁ ପଚରା ଉଚରା କରିଥିଲେ । ଛାତ୍ରୀ ଙ୍କ ଠାରୁ ମିଳିଥିବା ସୂଚନା ମୁତାବକ କୁମ୍ଭାରଧାମୁଣି ଗ୍ରାମ ପଞ୍ଚାୟତ ର ପାପଡାମ୍ବୁ ଗ୍ରାମର ସମ୍ପର୍କୀୟ ମାମୁଁ ପୁଅ ପିଂଟୁ ସାରକା (୧୮) ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ । ଯୁବକ ଜଣକ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଯାହାଫଳରେ ସେ ଗର୍ଭବତୀ ହୋଇଥିଲେ । ନାବାଳିକା ଛାତ୍ରୀ ଙ୍କ ବୟାନ ଆଧାରରେ ବିଷମ କଟକ ପୋଲିସ ସଂପୃକ୍ତ ପିଂଟୁ ସାରକା ଙ୍କୁ ବିଷମ କଟକ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
