ମହିଳାଙ୍କ ଆତ୍ମହତ୍ୟା: ହାତ, ଗୋଡ଼, ପେଟରେ ଲେଖିଲେ ଦୁଃଖଦ ସୁଇସାଇଡ ନୋଟ

ଉତ୍ତର ପ୍ରଦେଶର ବାଗପତରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଛାପ୍ରୌଲି ଥାନା ଅଞ୍ଚଳର ରାଥୋଣ୍ଡା ଗାଁରେ ଯୌତୁକ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ବୋହୁ ନାଁ ତାଙ୍କର ମନୀଷା । ଏହି ମହିଳା ବିଷ ପିଇ ନିଜ ଜୀବନ ଶେଷ କରିଥିବା ଜଣାପଡ଼ିଛି। ମନୀଷା ତାଙ୍କ ହାତ, ଗୋଡ଼ ଓ ପେଟରେ କଲମରେ ଏକ ସୁଇସାଇଡ ନୋଟ ଲେଖିଥିଲେ, ଯେଉଁଥିରେ ସେ ତାଙ୍କ ଶାଶୁଘର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯାତନାରେ ହେଉଥିବା ଅସହ୍ୟ ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରିଛନ୍ତି।

ମନୀଷାଙ୍କ ଶରୀରରେ ଲେଖା ନୋଟରେ ଲେଖାଯାଇଛି, “ମୋ ମୃତ୍ୟୁ ପାଇଁ ମୋ ସ୍ୱାମୀ କୁନ୍ଦନ ଓ ତାଙ୍କ ପରିବାର ଦାୟୀ।” ଏହା ସହିତ ସେ ଏକ ଭିଡିଓ ମଧ୍ୟ ରେକର୍ଡ କରିଥିଲେ, ଯେଉଁଥିରେ ସେ କାନ୍ଦୁଥିବା ଅବସ୍ଥାରେ ତାଙ୍କ ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦଙ୍କ ଦ୍ୱାରା ଯୌତୁକ ପାଇଁ ନିରନ୍ତର ନିର୍ଯାତନା ବିଷୟରେ କହିଛନ୍ତି। ମନୀଷାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ବିବାହ ପାଇଁ ତାଙ୍କ ପରିବାର ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ଏକ ବୁଲେଟ ମୋଟରସାଇକେଲ ଯୌତୁକ ଭାବେ ଦେଇଥିଲେ। ତଥାପି, ତାଙ୍କ ଶାଶୁଘର ଲୋକେ ଏକ କାର ଓ ବିପୁଳ ପରିମାଣରେ ନଗଦ ଟଙ୍କା ଦାବି କରୁଥିଲେ।ଯେତେବେଳେ ସେ ଏହି ଦାବିଗୁଡ଼ିକୁ ପୂରଣ କରିପାରିଲେ ନାହିଁ, ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା । ତାଙ୍କର ଏହି ଯନ୍ତ୍ରଣାଦାୟକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ପରିବାର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚାଲିଛି।

ଅଧିକ ପଢନ୍ତୁ

kc ads