+୨ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ ଘଟଣା । ଏମ୍ସରେ ପହଞ୍ଚିଲେ କଂଗ୍ରେସ ଓ ବିଜେଡି। ଲେଖାଶ୍ରୀଙ୍କ ନେତୃତ୍ବରେ BJDର ୪ ଜଣିଆ ଟିମ୍ କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏମ୍ସରେ ପହଞ୍ଚିଛନ୍ତି। ସୁର ରାଉତରାୟ ଓ ଜୟଦେବ ଜେନା ମଧ୍ଯ ଏମ୍ସରେ ଉପସ୍ଥିତ ଅଛନ୍ତି। ସୂଚନାମୁତାବକ ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆ ବରର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ । ସାଇକେଲ ରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାକୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି । ନାବାଳିକା ୬୦% ପୋଡି ଯାଇଛନ୍ତି । ଏମ୍ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୋଡି ଛାତ୍ରୀ । କିଏ ଏମିତି କଲା ଓ କାହିଁକି କଲା ତଦନ୍ତ କରୁଛି ପୁଲିସ ।ଗତ ୧୨ ତାରିଖରେ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବା ପରେ, ୧୭ ତାରିଖରେ ବଡମ୍ବାର ମନୀଷା କିରୋସିନ ଢାଳି ଆତ୍ମହତ୍ୟା କଲେ । ଆଜି ବଳଙ୍ଗାରେ ନାବାଳିକାଙ୍କ ଦେହରେ ଜବରଦସ୍ତ ପେଟ୍ରୋଲ ଢାଳି ଜାଳିଦେଲେ ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୀଡ଼ିତାଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
