ବଳଙ୍ଗା ବାୟାବରରେ ନାବାଳିକାଙ୍କୁ ଜାଳିଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ଓ ନିନ୍ଦନୀୟ । ଦିନ ଦିପହରରେ ହତ୍ୟା ଉଦ୍ୟମ ଘଟିଲା । FM କଲେଜ ଘଟଣାର କିଛି ଦିନ ପରେ ଏପରି ଘଟଣା ଘଟିଛି । ମାସେ ପୂର୍ବରୁ ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏଭଳି ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଚାଲିଛି । ମହିଳା ସୁରକ୍ଷା ନେଇ ବିରୋଧୀ ରାସ୍ତାକୁ ଓହ୍ଲାଇଛନ୍ତି । ଆଉ ଏହାରି ଭିତରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କୁ ଟାର୍ଗେଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି ।
