ଇଣ୍ଡୋନେସିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରେ ୩୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି । ନିଜ ଜୀବନ ବଞ୍ଚାଇବା ପାଇଁ ଜାହାଜରୁ ଅନେକ ଯାତ୍ରୀମାନେ ମଧ୍ୟ ଡେଇଁ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨୮୦ ଜଣଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ସ୍ତାନାନ୍ତର କରିବାର ପ୍ରୟାସ ଜାରି ରହିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି ।ତେବେ ଶତାଧିକ ଯାତ୍ରୀଙ୍କୁ ନେଇ ନେଇ ଯାଉଥିବା ଜାହାଜରେ ନିଆଁ ଲାଗିଯିବାରୁ ଇତି ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଉଦ୍ଧାରକାରୀ ଦଳ ସ୍ପଷ୍ଟ କରିଛି ।
ଦୁର୍ଘଟଣାର ଶିକାର ହୋଇଥିବା ଜାହାଜର ନାମ କେଏମ ବାର୍ସିଲୋନା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଜାହାଜରେ ନିଆଁ ଲାଗିଯାଇଥିବା ବେଳେ କଳା ଧୂଆଁର ଆସ୍ତରଣ ଛାଇ ଯାଇଛି । ହଠାତ୍ ନିଆଁ ଦେଖି ଜୀବନ ବିକଳରେ କିଛି ଲୋକ ଲାଇଫ ଜ୍ୟାକେଟ ପିନ୍ଧି ସମୁଦ୍ର ଭିତରକୁ ଡେଇଁପଡୁଛନ୍ତି । ଆଉ କିଛି ଲୋକ ଟ୍ୟୁବ ସହାୟତାରେ ସମୁଦ୍ରରେ ପହଁରି କୂଳକୁ ଆସିବାକୁ ଉଦ୍ୟମ କରୁଛନ୍ତି ।ଖବର ପାଇବା ପରେ ତୁରନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।