ରାୟଗଡା-ରାୟଗଡା ଜିଲ୍ଲାରେ କାର୍ଯ୍ଯରତ ଫାର୍ମାସି ଅଫିସର ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କର୍ମଚାରୀ ଙ୍କ ବିଭିନ୍ନ ସମସ୍ଯା ଯଥା ପଦ୍ବୋନତୀ,ନୂତନ ନିଯୁକ୍ତି, ଦରମାରେ ଅସଂଗତି,ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସମସ୍ତ ସଭ୍ଯ ନିଜ ନିଜ ମତ ଦେଇଥିବା ବେଳେ ବୈଠକରେ ଆଗାମୀ ଦୁଇ ବର୍ଷ ପାଇଁ ସଂଘ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ସଭାପତି ଭାବେ ଶିବପ୍ରସାଦ ନାୟକ,ଉପସଭାପତି ଅଶ୍ବିନୀ କୁମାର ରାଉତ,ସାଧାରଣ ସଂପାଦକ ଭାବେ ସନ୍ତୋଷ କୁମାର ପାତ୍ର,ଯୁଗ୍ମ ସଂପାଦକ ଲକ୍ଷଣ ବାଗ୍,ପ୍ରମୋଦ କୁମାର ସାହୁ,କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ନାୟକ, ସଂଗଠନ ସଂପାଦକ ରାୟଗଡା ଉପଖଣ୍ଡ ହରିନାଥ ଭୁଙ୍ଗ,ଓ ସୂର୍ଯ୍ଯନାରାୟଣ ପଣ୍ଡା ଗୁଣପୁର ଉପଖଣ୍ଡ ପାଇଁ ନିର୍ବାଚିତ ହୋଇଥିଲେ। ଆଜି ଅପରାହ୍ନ ରେ ରାଜ୍ଯସ୍ତରୀୟ ନେତୃମଣ୍ଡଳି ଉପସ୍ଥିତ ଥିଲେ। ସଂଘର ରାଜ୍ଯ ସାଧାରଣ ସଂପାଦକ କ୍ଷତିଶ୍ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁଧୀର କୁମାର ନାୟକ, ସଂଗଠନ ସଂପାଦକ ଲୋକନାଥ ସୁନା ଓ ଲଳିତ କୁମାର ବିଶୋଇ ଉପସ୍ଥିତ ରହି ରାଜ୍ଯ ସଂଘର ଆଭିମୁଖ୍ୟ,ପଦ୍ବୋନତୀ,ଅନୁକ୍ରମ ତାଲିକା ପ୍ରସ୍ଥୁତରେ ବିଳମ୍ବ ତଥା ଭବିଷ୍ଯତ ଯୋଜନା ଉପରେ ଆଲୋକପାତ କରିଥିଲେ।
