ବିଶ୍ୱଭୂଷଣ ହରିଚନ୍ଦନ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପାଇବାକୁ ମନୋନୀତ

ବରିଷ୍ଠ ରାଜନେତା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ, ସାରସ୍ବତ ସାଧକ ବିଶ୍ୱଭୂଷଣ ହରିଚନ୍ଦନ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି । ତେବେ ଆସନ୍ତା ୨୭ ତାରିଖ ସଂଧ୍ୟାରେ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ଉତ୍ସବରେ ଶ୍ରୀ ହରିଚନ୍ଦନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।ଏନେଇ ଗତ ରବିବାର ସଂଧ୍ୟାରେ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ସ୍ଥିର ହୋଇଛି । ଜୁଲାଇ ୨୬ ତାରିଖ ସଂଧ୍ୟାରେ ବାର୍ଷିକ ଉତ୍ସବ ଉଦ୍‌ଘାଟନ ହେବ ।

ଅଧିକ ପଢନ୍ତୁ