ଏକ ତରଫା ପ୍ରେମ ର କରୁଣ ପରିଣତି। ଯୁବକଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି, ବିଷ ପିଇ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ମେଡିକାଲରେ ଡାକ୍ତର ଫେରାଇ ଦେବାପରେ ଘରେ ଏବେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ନର୍ସିଂ ଛାତ୍ରୀ । ସୂଚନା ଅନୁସାରେ ଏକତରଫା ପ୍ରେମ କରୁଥିବା ଜଣେ ଯୁବକ ଫଟୋ ଭାଇରାଲ କରିବାରୁ ଘରେ ଥିବା କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଯୁବତୀ । ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଥିବା କିଛି ଅନ୍ତରଙ୍ଗ ଫଟୋକୁ ଭାଇରାଲ କରିଥିଲେ ଏକତରଫା ପ୍ରେମ କରୁଥିବା ଯୁବକ ସତ୍ୟଜିତ ସରକାର । ପରେ ଅପମାନ ଓ ବଦନାମ ଭୟରେ ଏଭଳି ରଚମ ନିଷ୍ପତ୍ତି ନେଇଛନ୍ତି ଯୁବତୀ । ଆଉ ଏବେ ଘରେ ଜୀବନ ମରଣ ସହ ଲଢୁଛନ୍ତି ଯୁବତୀ । ସତ୍ୟଜିତ ସରକାର ଯୁବତୀଙ୍କୁ ଏକତରଫା ଭଲ ପାଉଥିଲା । ପୀଡ଼ିତା ଜୟପୁରର ଏକ ନର୍ସିଂ କଲେଜରେ ପଢ଼ନ୍ତି ।
